(ଦିଲ୍ଲୀ) : ଆଜି ସ୍ୱାଧୀନତା ଦିବସ ପାଳୁଛି ସାରା ଦେଶ । ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ରାଜଧାନୀ ଦିଲ୍ଲୀରେ ୧୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ସହିତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ହଜାର ହଜାର ଅଧିକାରୀ ମଧ୍ୟ ନିୟୋଜିତ ହୋଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ , ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସହରରେ ୧୦ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେହିପରି ଡିସିପି ଉତ୍ତର ସାଗର ସିଂ କାଲସି କହିଛନ୍ତି, ଗତ ଦୁଇ ମାସ ହେଲା ହୋଟେଲ, ଗେଷ୍ଟ ହାଉସ, ଲଜ ଇତ୍ୟାଦିରେ ଯାଞ୍ଚ କରାଯାଉଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଇଛି । ପ୍ରତିଦିନ ୧୦୦ରୁ ଅଧିକ ଗାଡ଼ି ଯାଞ୍ଚ କରାଯାଉଛି । ଏହା ବ୍ୟତୀତ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ମାର୍କେଟ ୱେଲଫେୟାର ଆସୋସିଏସନ ସହିତ ଯୋଗାଯୋଗରେ ଅଛି, ସେମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।