ଓଡିଶା

ନକଲି ଯବାନ ଅଟକ

(ତାଳବଣିଆ) : ଗୋଟିଏ ପଟେ ପୁରା ଦେଶ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନକଲି ଯବାନ ଅଟକ । ୭୭ ତମ ସ୍ଵାଧୀନତା ଦିବସ ଅବସରରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ଜଣେ ନକଲି ଯବାନ ପୋଷାକ ପିନ୍ଧି ଆସିଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି ।

ସୂଚନାନୁଯାୟୀ ,  ସୁନିଲ୍ କୁମାର୍ ନାମକ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଅଞ୍ଚଳର ବୋଲି ଜଣା ପଡ଼ିଛି । ସମ୍ପୃକ୍ତ ଯୁବକକୁ ଚିହ୍ନଟ ପରେ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି । ତେବେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ସମ୍ପୃକ୍ତ ନକଲି ଯବାନକୁ ସାମ୍ବାଦିକ ମାନେ ଚିହ୍ନଟ କରି ପୋଲିସର ଜିମା ଦେଇଥିଲେ। ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଟେଣ୍ଟରେ ଆର୍ମି ଅଧିକାରୀଙ୍କ ପୋଷାକ ପିନ୍ଧି ସମ୍ପୃକ୍ତ ନକଲି ଯବାନ ଜଣକ ବସିଥିଲା। ମୁହଁରେ କପଡ଼ା ବାନ୍ଧି ଏନସିସି ଅଧିକାରୀଙ୍କ ପାଖରେ ବସି ରହିଥିଲା। ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପରେଡ୍ ଗ୍ରାଉଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ନକଲି ଯବାନ ଜଣକ ଗ୍ରାଉଣ୍ଡ ଭିତରକୁ କିଭଳି ପ୍ରବେଶ କଲେ ତାହା ଏବେ ପ୍ରଶ୍ନ ।

Related posts

୧୨ରେ ଆସୁଛି ବାତ୍ୟା ‘ମୋଚା’ 

mahabharatanews

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି : ୫,୩୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ

mahabharatanews