ଭାରତ

ଉତ୍ତରାଖଣ୍ଡର ୬ ଜିଲ୍ଲାରେ ରେଡ ଆଲର୍ଟ ଜାରି

(ଉତ୍ତରାଖଣ୍ଡ) : ପଶ୍ଚିମ ଜଳବାୟୁ ପ୍ରଭାବରେ ହିମାଚଳପ୍ରଦେଶ ଏବଂ ପଡ଼ୋଶୀ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେଉଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହିମାଚଳପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି। ତେବେ ଆପଣ ଶୁଣି ଅବାକ ହୋଇଯିବେ ଚଳିତବର୍ଷ ମୌସୁମୀ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ୭୦୨୦.୨୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

ସୂଚନାନୁଯାୟୀ,ହିମାଚଳପ୍ରଦେଶରେ ଗତ ୨୪ ଘଣ୍ଟାର ବର୍ଷାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବିଷୟ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସ୍ପଷ୍ଟ କରିଛନ୍ତି। ବର୍ଷା ଓ ବନ୍ୟା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ହରିଦ୍ବାରରେ ଗଙ୍ଗା ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଡେରାଡୁନ ଏବଂ ନୈନିତାଲ ସମେତ ଉତ୍ତରାଖଣ୍ଡର ୬ ଜିଲ୍ଲାରେ ରେଡ ଆଲର୍ଟ ଜାରି ହୋଇଛି। ବର୍ଷା ଏବଂ ଭୂସ୍ଖଳନ ପାଇଁ ଟ୍ରାଫିକ୍‌ ସମସ୍ୟା ଉପୁଜିଥିବାରୁ ଚାର ଧାମ ଯାତ୍ରା ଦୁଇ ଦିନ ବନ୍ଦ ରହିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ତାଙ୍କ ଡେରାଡୁନ ସ୍ଥିତ ବାସଭବନରେ ସରକାରୀ ଅଧିକାରୀମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି।

Related posts

ଗୁଜୁରାଟ ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର

mahabharatanews

ବିଜେପି ପକ୍ଷରୁ ସାଲେପୁରରେ ହିତାଧିକାରୀ କୃଷକ ସମାବେଶ

mahabharatanews