ଭୁବନେଶ୍ୱର: କରୋନା ପାଇଁ ଚଳିତ ବର୍ଷ ସ୍ୱାଧୀନତା ଦିବସକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥର ସ୍ୱାଧୀନତା ଦିବସ ସମାରୋହରେ ପରେଡ ହେବ ନାହିଁ ଓ କିମ୍ବା ସାଧାରଣ ଜନତା ସମାରୋହରେ ଭାଗ ନେବେନାହିଁ । କେବଳ ଗୋଟିଏ କିମ୍ବା ଦୁଇଟି ପୁଲିସ କଣ୍ଟିଜେଣ୍ଟ ଏଥିରେ ଭାଗ ନେବେ । ଏହା ବ୍ୟତୀତ ଏହି ସମାରୋହରେ ୫୦ରୁ ୭୫ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ପାରିବ । ଏମାନଙ୍କ ମଧ୍ୟରେ ୧୫-୨୦ ଜଣ କରୋନା ଯୋଦ୍ଧା ସାମିଲ ହେବେ । ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରେ ଅନୁଷ୍ଠିତ ହେବ । ସମାରୋହରେ ସାମାଜିକ ଦୂରତ୍ୱ ରକ୍ଷ।।, ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
କୋଭିଡ କଟକଣା ମାନି ସ୍ୱାଧୀନତା ଦିବସ ପାଳନ ଲାଗି କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରାଳୟ ଗାଇଡଲାଇନ ଜାରି କରିଥିଲା । ସେହି ଗାଇଡଲାଇନ ଭିତ୍ତିରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥରର ସମାରୋହରେ କୋଭିଡ-୧୯ ଯୋଦ୍ଧା ଯେପରିକି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀଙ୍କୁ ଡକାଇ ସେମାନଙ୍କ ସେବାକୁ ସ୍ୱୀକୃତି ଦେବାକୁ ପରାମର୍ଶ ଦିଆଯାଇଛି ।
previous post
