ଓଡିଶା

ମାଲକାନଗିରିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ୭୪ ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ମାଲକାନଗିରି ସଦର ମହକୁମାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ଏବର୍ଷ ସ୍ଵାଧୀନତା ଦିବସକୁ କୋଭିଡ଼-୧୯ ନିୟମାନୁଯାୟୀ ପାଳନ କରାଯିବ । ଏଥିରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବେ । ଚଳିତ ବର୍ଷ ଡି.ଏନ.କେ ଖେଳ ପଡ଼ିଆରେ ମୁଖ୍ୟ ଅତିଥି ସକାଳ ୯ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । ଏହି ଅବସରରେ ଜିଲ୍ଲାର କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯିବ । ମୂଖ୍ୟ ଅତିଥି ଜିଲ୍ଲା ସଂସ୍କୃତି ଭବନ ପରିସରରେ ବୃକ୍ଷ ରୋପଣ କରିବେ । ଚଳିତବର୍ଷ ସ୍ୱାଧୀନତା ଦିବସର ସମସ୍ତ କାର୍ୟ୍ୟକ୍ରମକୁ ଲାଇଭ ଟେଲିକାଷ୍ଟ କରାଯିବକୁ ସ୍ଥିର କରାଯାଇଛି ।
ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ଆରକ୍ଷୀ ଅଧ୍ୟକ୍ଷକ ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ବାଲମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧ୍ୟକାରୀ ଦିଲିପ ଚନ୍ଦ୍ର ସାମନ୍ତରାୟ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related posts

ବଦଳିଲେ ବୈଦ୍ଧ ଓ ଦେବଗଡ ଏସପି

mahabharatanews

୧୧୦ କେଜିର ବିଶାଳ ମାଛ

mahabharatanews

ଏହି ସବୁ ସ୍ଥାନରେ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

mahabharatanews