ଭାରତ

ଭୟଙ୍କର ରୂପେ ଆସୁଛି ବାତ୍ୟା  ‘ବିପର୍ଯ୍ୟୟ ,ଗୁରୁବାର ଛୁଇଁବ ସ୍ଥଳଭାଗ

(ମୁମ୍ବାଇ) : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ। ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସୂଚନାନୁଯାୟୀ ,   ‘ବିପର୍ଯ୍ୟୟ’କୁ ଅତି ଭୀଷଣ ବାତ୍ୟା ନ ହୋଇ ଭୀଷଣ ବାତ୍ୟା ହେବ ବୋଲି ଆକଳନ କରିଛି | ପାଣିପାଗ ବିଭାଗର ତାଜା ଆକଳନ ମୁତାବକ ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ପୋରବନ୍ଦରଠାରୁ ୨୯୦ କିଲୋମିଟର ଦୂରତାରେ ଥିବାବେଳେ ୧୫ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

 

 

Related posts

ପ୍ରଥମ ଥର ନଜର ଆସିଲା ରାଫେଲ ସହ ସ୍କୈଲ୍ପ କ୍ରୁଜ ମିସାଇଲ 

mahabharatanews

ବାରାଣସୀ ଷ୍ଟାଡିୟମରେ ଭଗବାନ ଶିବଙ୍କ ଥିମ୍ 

mahabharatanews

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ

mahabharatanews