(ମୁମ୍ବାଇ) : ଟ୍ରେଲର ରିଲିଜ ହେବା ଦିନଠାରୁ ଫିଲ୍ମ ‘The Keral Story’କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟରେ ବଢିବାରେ ଲାଗିଛି ଦର୍ଶକଙ୍କ ଭିଡ଼ । ତେବେ ନିକଟରେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଛି ।
ଅନ୍ୟପକ୍ଷରେ, ଯଦି ଆମେ ପୁରା ସପ୍ତାହର ଆୟ ଉପରେ ନଜର ପକାଇବା ତେବେ ଫିଲ୍ମଟି ଏପର୍ଯ୍ୟନ୍ତ ୮୦.୮୬ କୋଟିର ବ୍ୟବସାୟ କରିସାରିଲାଣି । ଏହି ଆକଳନ ଅନୁଯାୟୀ, ଏହି ଫିଲ୍ମଟି ଖୁବଶୀଘ୍ର ୧୦୦ କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି । ରିପୋର୍ଟ ଅନୁସାରେ, ଦ କେରଳ ଷ୍ଟୋରୀ ଓପନିଂ ଡେରେ ୮ କୋଟିର ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନରେ ୧୧.୨୨ କୋଟି, ତୃତୀୟ ଦିନରେ ୧୬.୪ କୋଟି, ଚତୁର୍ଥ ଦିନରେ ୧୦.୦୭ କୋଟି ଏବଂ ପଞ୍ଚମ ଦିନରେ ୧୧.୧୪ କୋଟି, ଷଷ୍ଠ ଦିନରେ ୧୨ କୋଟି ଆୟ କରିଥିଲା ଏହି ବିବାଦୀୟ ଫିଲ୍ମ ।