ଭାରତଵାଣିଜ୍ୟ

ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତ

ଆମେରିକା ଚୀନ ଜାପାନ ଓ ଜର୍ମାନୀ ପରେ ହେଉଛି ବିଶ୍ୱର ବୃହତ୍ତମ ଅର୍ଥନୀତି

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଆମେରିକା, ଚିନ ଜାପାନ ଜର୍ମାନୀ ପରେ ଭାରତ ବିଶ୍ୱର ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ବିଟ୍ରେନକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନ ହାସଲ କରିଛି। ପୂର୍ବରୁ ଭାରତ ବ୍ରିଟେନର ଶାସନାଧୀନ ରହିଥିଲା। ଗତ ୧୦ ବର୍ଷରେ ଭାରତୀୟ ଅର୍ଥନୀତି ଏକାଦଶ ସ୍ଥାନରୁ ଆସି ପଞ୍ଚମ ସ୍ଥାନରେ ପହଞ୍ଚିଛି। ଭାରତ ଦୀର୍ଘ ଦିନରୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧି ଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ଦେଶ ହୋଇ ଆସୁଛି। ଯେତେବେଳେ ବିମୁଦ୍ରାକରଣ ପରେ ଦେଶର ଅର୍ଥନୀତି ଭୁଷୁଡି ପଡିବା ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା ସେତେବେଳେ ଅର୍ଥନୀତିର ଆକାର ବୃଦ୍ଧି ପାଇଥିଲା। ସେତେବେଳେ ମଧ୍ୟ ଆମର ଅଭିବୃଦ୍ଧି ହାର ଦୁଇ ଅଙ୍କରେ ରହିଥିଲା।

ଚଳିତ ଆର୍ଥିକ ବର୍ଷର ତ୍ରୈମାସିକ ଅର୍ଥାତ ଏପ୍ରିଲରୁ ଜୁନ ମଧ୍ୟରେ ଭାରତୀୟ ଅର୍ଥନୀତି ୧୩.୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଗତ ୧୦ ବର୍ଷରେ ଭାରତ ପକ୍ଷରୁ ଅର୍ଥନୀତି ବାବଦରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଯାହା ଫଳରେ ବିଦେଶୀ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିଥିଲା। ଏହା ସହିତ ଇଜ ଅଫ ଡୁଇଙ୍ଗ ବିଜିନେସ କ୍ଷେତ୍ରରେ ମଧ୍ୟ ଅନେକ କାମ କରାଯାଇଛି। ସଂପ୍ରତି ଜିଡିପି ଦୃଷ୍ଟିରୁ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ ହୋଇପାରିଛି।

ଗତ ୧୦ ବର୍ଷ ମଧ୍ୟରେ ଜିଡିପିର ହାର ଦେଖିଲେ ଗତ ୨୦୧୨-୧୩ରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪୬ ପ୍ରତିଶତ ରହିଥିଲା। ଯାହା ୨୦୨୧-୨୨ରେ ୮.୯୫ ପ୍ରତିଶତରେ ପହଞ୍ଚିଛି। ତେହେ କରୋନା ମହାମାରୀ ସମୟରେ ଅର୍ଥାତ ୨୦୨୦-୨୧ ସମୟରେ -୬.୬୦ ପ୍ରତିଶତକୁ ଖସିଆସିଥିଲା। ସରକାରଙ୍କ ତ୍ରୈମାସିକ ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ପ୍ରକୃତ ଜିଡିପି ୩୬.୮୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗତ ବର୍ଷର ରିପୋର୍ଟରେ ଏହି ସଂଖ୍ୟା ୩୨.୪୬ ଲକ୍ଷ କୋଟି ଟଙ୍କା ରହିଥିଲା। ଗତ କିଛି ବର୍ଷର ପ୍ରଥମ ତ୍ରୈମାସିକ ରିପୋର୍ଟକୁ ଦେଖିଲେ ଜିଡିପି ଆକଳନକୁ ଦେଖିଲେ ଏଥିରେ ଭଲ ଅଭିବୃଦ୍ଧି ଘଚିଛି।

Related posts

ପ୍ରଥମ ପର୍ଯ୍ୟାୟ ସରିଲା ପ୍ରଚାର 

mahabharatanews

 ଭୂକମ୍ପ ମୃତ୍ୟୁ ସଂଖ୍ୟା ୫୦ ପାର

mahabharatanews

ଅଗଷ୍ଟ ୨୬ରେ ସରୁଛି ସିଜେଆଇ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ

mahabharatanews