ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତେଜପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସଭାକୁ ଉଦ୍ବୋଧନ ଦେଇ କହିଛନ୍ତି, ଭାରତ ମେଡ ଇନ ଇଣ୍ଡିଆ ମାଧ୍ୟରେ କୋଭିଡ-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି ଓ ମେଡିକାଲ ଉପକରଣର ବିକାଶ କରିଛି । ମହାମାରୀକୁ ନିୟନ୍ତ୍ରଣ କରିବାରେ ଭାରତର ତ୍ୱରିତ ଓ ସକ୍ରୀୟ ନିଷ୍ପତ୍ତି ସହାୟକ ହୋଇଛି ।
କୋଭିଡ-୧୯ ସହ ଯୁଦ୍ଧର ପ୍ରାରମ୍ଭିକ ଅବସ୍ଥାରେ ଲୋକଙ୍କ ଭିତରେ ଭୟ ଥିଲା କି ଦେଶରେ ସମ୍ବଳ ଅବହେଳାରୁ ଏହା ଭୟଙ୍କର ବିନାଶ ଘଟାଇବ । କିନ୍ତୁ ଦେଶ ଦେଖେଇଦେଲା, ଯଦି ଗୋଟିଏର ସମାଧାନ ହୋଇଯିବ ତେବେ ସମ୍ବଳ ବିକାଶରେ ସ୍ଥିରତା ଆସିବ । ସଂକ୍ରମଣ ସାଂଘାତିକ ହେବା ପୂର୍ବରୁ ଦେଶ ତ୍ୱରିତ ଓ ସକ୍ରୀୟ ନିଷ୍ପତ୍ତି ଦେଇଥିଲା । ତେଣୁ ଆମେ ଏହି ଭୂତାଣୁ ସଂକ୍ରମଣ ଉପରେ ନିୟନ୍ତ୍ରଣ ହାସଲ କରିବା ସହ ମେଡିକାଲ ଉପକରଣରେ ମଧ୍ୟ ବିକାଶ କରିଛୁ ବୋଲି ମୋଦି କହିଛନ୍ତି ।
ମୋଦି ଆହୁରି କହିଛନ୍ତି, ଆଜି ଭାରତ କୌଣସି ସମସ୍ୟ।।ର ସମାଧାନ ପାଇଁ କୌଣସି ପ୍ରକାରର ପରୀକ୍ଷଣ ଉପରେ କାମ କରିବାକୁ ଭୟ କରୁ ନାହିଁ । ବିଶ୍ୱର ସବୁଠାରୁ ବଡ ବ୍ୟାଙ୍କିଂ ଅଭିଯାନ ଅନ୍ତର୍ଗତ ଭାରତ କାର୍ଯ୍ୟ କରୁଛି । ବିଶ୍ୱର ସର୍ବ ବୃହତ ପାଇଖାନା ଘର, ଗୃହ ଯୋଗାଣ, ସ୍ୱଚ୍ଛ ପିଇବା ପାଣି ଯୋଗାଣ ଓ ଟୀକାକରଣ ଅଭିଯାନରେ କାର୍ଯ୍ୟ କରୁଛି । ଏହି ଅବସରରେ ମୋଦି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି, ବର୍ତ୍ତମାନ ଦେଶରେ ପ୍ରସ୍ତୁତ ଟୀକା ମାଧ୍ୟମରେ ଦେଶ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବାର କ୍ଷମତା ହାସଲ କରିଛି । ଯଦି ଆମେ ଆମ ଗବେଷଣା, ବିଜ୍ଞ, ବୈଜ୍ଞାନିକ ଓ ଶିଳ୍ପ ଉପରେ ବିଶ୍ୱାସ କରି ନ ଥାନ୍ତେ ତେବେ ଏହା ସମ୍ଭବ ହୋଇ ନ ଥାନ୍ତା । ଏହି ଅବସରରେ ମୋଦି ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଉପରେ ଐତିହାସିକ ବିଜୟର ଭୁରିଭୁରି ପ୍ରଶଂସା ମଧ୍ୟ କରିବାକୁ ଭୁଲି ନ ଥିଲେ ।
previous post
next post