Uncategorized

ଦେଶରେ ଦିନକରେ ୮୯ ହଜାର ୭୦୬ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ): ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ଏବେ ୪୩ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ହଜାର ୭୦୬ ଜଣ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭାରତରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ୧୧୧୫ ଜଣ ଆକ୍ରାନ୍ତ ମୃତ୍ୟୁ ହୋଇଛି । ଦେଶରେ ୩୩ ଲକ୍ଷ ୯୮ ହଜାର ୮୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ ଏବେ ୮ ଲକ୍ଷ ୯୭ ହଜାର ୩୯୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

Related posts

ଦେଶରେ ସୁସ୍ଥଙ୍କ ପ୍ରତିଶତ ୫୫.୭୭

mahabharatanews

୩ ଆତଙ୍କୀ ପୁଣି ଢେର

mahabharatanews

କଳାଜିରାରେ ରହିଛି ଅନେକ ସ୍ୱାସ୍ଥ୍ୟକାରୀ ଗୁଣ

mahabharatanews