(ନୂଆଦିଲ୍ଲୀ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୫୫ ହଜାର ୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୩କୁ ବୃଦ୍ଧି ପାଇଛି । ସେହିପରି ଦିନକ ମଧ୍ୟରେ ଦେଶରେ ୮୭୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଫଳରେ ଦେଶରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୫୧ ହଜାର ୭୯୭ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ସୁଦ୍ଧା ଭାରତରେ ସମୁଦାୟ ୨୭ ଲକ୍ଷ ୨ ହଜାର ୭୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯ ଲକ୍ଷ ୭୭ ହଜାର ୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫୧ ହଜାର ୭୯୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୬ଲକ୍ଷ ୭୩ ହଜାର ୧୬୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେବେ ଗତକାଲି ତୁଳନାରେ ଆଜି କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମ ରହିଛି ।
previous post
next post
