Uncategorized

ଦେଶରେ ୨୪ ଘଣ୍ଟାରେ ୬୯ ହଜାର ୬୫୨ ନୂଆ ଆକ୍ରାନ୍ତ

(ନୂଆଦିଲ୍ଲୀ): ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୯ ହଜାର ୬୫୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୯୭୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୨୬କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩ ହଜାର ୮୬୬ରେ ପହଞ୍ଚିଛି। ଅନ୍ୟପଟେ ୨୦ ଲକ୍ଷ ୯୬ ହଜାର ୬୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ ଏବେ ୬ ଲକ୍ଷ ୮୬ ହଜାର ୩୯୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ହୋଲି ଛୁଟିରେ ଅବକାଶ ପୀଠ କାର୍ଯ୍ୟକରିବ: ସୁପ୍ରିମକୋର୍ଟ

mahabharatanews

 ରାସ୍ତାରେ କରୋନା ମୃତଦେହ ଫିଙ୍ଗି ଚାଲିଗଲେ ଆମ୍ବୁଲାନ୍ସ କର୍ମଚାରୀ

mahabharatanews

କଂଗ୍ରେସ ସାଂସଦ କୀର୍ତ୍ତି ଚିଦାମ୍ବରମଙ୍କୁ କରୋନା

mahabharatanews