Uncategorized

ଜାତୀୟ ରାଜପଥରେ ବସ ଓଲଟି ୧୬ ଗୁରୁତର

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଏକ ଯାତ୍ରାବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ଦିଲ୍ଲୀରୁ ବିହାରର ମଧୁବନୀ ଯାଉଥିବା ବସ୍‌ ବୁଧବାର ଦିନ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଗ୍ରା-ଲକ୍ଷ୍ନୌର ଏକ୍ସପ୍ରେସ୍‌ ହାଇଓ୍ୱେ ଦେଇ ଯାଉଥିଲା ଏକ ଯାତ୍ରୀବାହି ବସ । ବସରେ ପ୍ରାୟ ୪୫ଜଣ ଯାତ୍ରୀ ଥିଲେ । ବସ୍ଟି ଇଟାଓ୍ୱା ଜିଲ୍ଲା ପାରି ହେଉଥିବା ସମୟରେ ହଠାତ୍ ବସଟି ରାସ୍ତା କଡକୁ ଓଲଟି ପଡିଥିଲା । ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପ୍ରଶାସନ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା । ଦୁର୍ଘଟଣାରେ ୧୬ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ସେହିପରି ବସ୍‌ରେ ଯାଉଥିବା ସମସ୍ତ ଯାତ୍ରୀ ଶ୍ରମିକ ଶ୍ରେଣୀର ବୋଲି ସୂଚନା ରହିଛି ।

Related posts

ରିଲ ରୁ ରିଅଲ ହିରୋ ହୋଇଥିବା ସୋନୁସୁଦ ଏବେ କରୋନା ପଜେଟିଭ

mahabharatanews

ଚୀନ ମୋବାଇଲ ଆପ କମ୍ପାନିକୁ କେନ୍ଦ୍ରର ଜବାବ ତଲବ

mahabharatanews

ଭାତ ରାନ୍ଧିବା ପରେ ପେଜକୁ ଫିଙ୍ଗି ଦିଅନ୍ତୁ ନାହିଁ, ଏଥିରେ ରହିଛି ଯାଦୁକରୀ ଗୁଣ

mahabharatanews