ସ୍ୱାସ୍ଥ୍ୟ

ଭାରତ ହେବ ଡେଙ୍ଗୁ ମୁକ୍ତ, ଭ୍ୟାକ୍ସିନ୍ କୁ ମିଳିଲା ମଞ୍ଜୁରୀ…

ବର୍ଷା ପରେ, ଡେଙ୍ଗୁ ଦେଶର ଅନେକ ଅଞ୍ଚଳରେ ବ୍ୟାପିଥାଏ ଏବଂ ପ୍ରତିବର୍ଷ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥାଏ। କିନ୍ତୁ ଏବେ ଏହାକୁ ଏବେ ରୋକାଯାଇ ପାରିବ। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ଏହି ଟିକାକୁ ମଞ୍ଜୁରୀ ଦେଇଛନ୍ତି। ଟିକା ପ୍ରସ୍ତୁତକାରୀ ଜାପାନୀ କମ୍ପାନୀ ‘ଟାକେଡା ବାୟୋଫାର୍ମା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍’ ସୋମବାର ଏହି ବିଷୟରେ ଆନୁଷ୍ଠାନିକ ସୂଚନା ଦେଇଛି। ଏହି ଟିକା ଟେଟ୍ରାଭାଲେଣ୍ଟ ଲାଇଭ୍ ଆଟେନୁଏଟେଡ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବିକଶିତ ହୋଇଛି। ଏହା ଡେଙ୍ଗୁ ଭାଇରସର ସମସ୍ତ ଚାରୋଟି ସେରୋଟାଇପ୍ ବିରୋଧରେ ସୁରକ୍ଷା ପ୍ରଦାନ କରିପାରିବ ।

୪ ବର୍ଷରୁ ଆରମ୍ଭ କରି ୬୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତି ଏହି ଟିକା ନେଇପାରିବେ। ଜଣକୁ ପୂର୍ବରୁ ଡେଙ୍ଗୁ ହୋଇଛି କି ନାହିଁ, ତାହା ଟିକା ନେବା ପୂର୍ବରୁ ପରୀକ୍ଷା କରିବା ଜରୁରୀ ନୁହେଁ। ଏହାର ଦୁଇଟି ଡୋଜ୍ ରହିଛି। ପ୍ରଥମ ଡୋଜ୍ ନେବାର ୩ ମାସ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ। ଏହି ଟିକା ଡେଙ୍ଗୁ ଭାଇରସର ସମସ୍ତ ଚାରୋଟି ସେରୋଟାଇପ୍ (Serotypes) ବିରୁଦ୍ଧରେ ସ୍ଥିର ଏବଂ ଦୀର୍ଘସ୍ଥାୟୀ ସୁରକ୍ଷା ପ୍ରଦାନ କରେ।

ଟାକେଡା କମ୍ପାନୀ ଅନୁଯାୟୀ, ଏହି ଅନୁମୋଦନ ଏକ ବ୍ୟାପକ କ୍ଲିନିକାଲ୍ ଟ୍ରାଏଲ୍ ଉପରେ ଆଧାରିତ। ବିଶ୍ୱସ୍ତରରେ ୨୮,୦୦୦ରୁ ଅଧିକ ଲୋକଙ୍କୁ ନେଇ ୧୯ଟି କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିଲା। ଏହା ସହିତ ଭାରତରେ ବିଶେଷ ଭାବେ କରାଯାଇଥିବା ଫେଜ୍-୩’ କ୍ଲିନିକାଲ୍ ପରୀକ୍ଷଣ (DEN-302) ରୁ ମିଳିଥିବା ସଫଳ ତଥ୍ୟକୁ ଆଧାର କରି ଏହି ମଞ୍ଜୁରୀ ମିଳିଛି, ଯାହା ଭାରତୀୟ ଜନସଂଖ୍ୟା ମଧ୍ୟରେ ଏହି ଟିକାର ପ୍ରତିରକ୍ଷା ଶକ୍ତି (Immunogenicity) ଏବଂ ସୁରକ୍ଷାକୁ ପ୍ରମାଣିତ କରିଛି।

Related posts

ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର

mahabharatanews

ରାଜ୍ୟରେ ୫୦୦ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା , ୩୮ ଜଣଙ୍କ ଜୀବନ ନେଲାଣି କରୋନା ସଂକ୍ରମଣ

mahabharatanews