bharatଭାରତରାଜନୀତି

ସରକାରଙ୍କୁ କଡା ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ ।

 ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରରେ ଦୀର୍ଘ ଦିନ ଧରି ଅମରଣ ଅନଶନରେ ବସିଥିବା ଯୁବକ ଯୁବତୀଙ୍କ ଉପରେ ଆଜି ପ୍ରଶାସନ ପକ୍ଷରୁ କଡା ବିରୋଧ କରାଯାଇଛି । ଅନ୍ୟପଟେ ସଂସଦରେ ଆଜିଠାରୁ ଆରମ୍ଭ ହୋଇଥଇବା ମୌସୁମୀ ଅଧିବେଶନରେ  ଶିକ୍ଷା ବ୍ୟବସ୍ଥା ଏବଂ NEET-UG ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଛି ବିରୋଧୀ ଦଳ। ଶିବସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନକୁ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ପ୍ରତିକ୍ରିୟା ରଖି ପ୍ରିୟଙ୍କା ଚତୁର୍ବେଦୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ସ୍କାଇରୁଟର ୨୮ ବର୍ଷୀୟ ଯୁବକମାନଙ୍କ ସଫଳତା ବିଷୟରେ ଉଲ୍ଲେଖ କଲେ, ଯାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି।

धर्मेंद्र प्रधान को आखिर क्यों बचा रही सरकार?', सीजेपी के प्रोटेस्ट के बीच  प्रियंका चतुर्वेदी ने पीएम मोदी पर छोड़े तीखे तीर - pm modi dharmendra ...

କିନ୍ତୁ, ସେହି NEET-UG ପେପର ଲିକ୍‌ ଯୋଗୁ ପ୍ରଭାବିତ ହୋଇଥିବା ଛାତ୍ରୀଛାତ୍ରଙ୍କ ବିଷୟରେ ଗୋଟିଏ ବି ଶବ୍ଦ କହିଲେ ନାହିଁ, ଯେଉଁମାନଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ। ପ୍ରିୟଙ୍କା ଚତୁର୍ବେଦୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହେଉଥିବା ସତ୍ତ୍ୱେ ସରକାର କାହିଁକି ତାଙ୍କୁ ଲଗାତାର ସୁରକ୍ଷା ଦେଉଛନ୍ତି?” ସେ ବ୍ୟଙ୍ଗାତ୍ମକ ଭାବେ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ କ’ଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳର ଏପରି ‘ଖାସ୍‌ ରତ୍ନ’ ପାଲଟି ଯାଇଛନ୍ତି? ଯାହାଙ୍କୁ ଯେକୌଣସି ପରିସ୍ଥିତିରେ ହେଉ ବଞ୍ଚାଇବାକୁ ପଡ଼ିବାକୁ ସରକାର ନିଷ୍ପତି ନେଇଛନ୍ତି ବୋଲି ସେ କହିଛନ୍ତି ।

Priyanka Chaturvedi MP questions MEA's stand on Katchatheevu Island | India  News

Related posts

INS ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଘଟଣା, ରାଜନାଥଙ୍କୁ ଭେଟିଲେ ନୌସେନା ମୁଖ୍ୟ

mahabharatanews

ସଂସଦ ଉପରେ ଆକ୍ରମଣ , ୪ଗିରଫ 

mahabharatanews

 ଜି-୨୦ ସମ୍ମିଳନୀ: ୧୦ ଯାଏଁ ସ୍କୁଲ୍‌ ଏବଂ ସରକାରୀ ଅଫିସ ବନ୍ଦ 

mahabharatanews