ଭାରତ

ତ୍ରାହି ତ୍ରାହି ଡାକିବେ ଆତଙ୍କବାଦୀ, ଜମ୍ମୁରେ ୫୦୦ ପାରା କମାଣ୍ଡୋ ମୁତୟନ

ଆତଙ୍କବାଦୀଙ୍କୁ ଆଉ ନିସ୍ତାର ନାହିଁ । ମୃତ୍ୟୁ ହୋଇ ବର୍ଷିବେ ପାରା କମାଣ୍ଡୋ । ଗତ କିଛି ଦିନ ହେବ ଜମ୍ମୁରେ ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବିଗତ ଦିନରେ ବଡ଼ ବଡ଼ ଆତଙ୍କୀ ଆକ୍ରମଣ ମଧ୍ୟ ହୋଇଛି । ସେନା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ ସଂଗଠନ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିିଳିଛି ପାକିସ୍ତାନରୁ ୫୦ ରୁ ୫୫ ଜଣ ତାଲିମପ୍ରାପ୍ତ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଛନ୍ତି । ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ଗୁପ୍ତଚର ସଂସ୍ଥାମାନଙ୍କୁ ସତର୍କ କରାଯାଇଛି ।

ଆତଙ୍କୀଙ୍କୁ ନାଶ କରିବା ପାଇଁ ଡୋଡା ଜଙ୍ଗଲରେ ୫୦୦ ପାରା ସ୍ପେଶାଲ କମାଣ୍ଡୋ ନିୟୋଜିତ ହୋଇଛନ୍ତି । ଏହି ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏଠାରେ ଲୁଚିଥିବା ଆତଙ୍କବାଦୀମାନେ ଜମ୍ମୁ ଅଞ୍ଚଳକୁ ଅନେକ ଥର ଟାର୍ଗେଟ କରିସାରଛନ୍ତି । ସେମାନଙ୍କୁ ଧରିବା ପାଇଁ ଭାରତୀୟ ସେନା ବର୍ତ୍ତମାନ ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିଛି ।

ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଜମ୍ମୁ ଏବେ ହାଇଆଲର୍ଟରେ ଅଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ଭାରତୀୟ ସେନା ଏହି ଅଞ୍ଚଳରେ ପ୍ରାୟ ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋ ନିୟୋଜିତ କରିଛି । ଦେଶର ସୁରକ୍ଷାକୁ ପ୍ରାଥମିକତା ଦେଇ ଗୁପ୍ତଚର ଏଜେନ୍ସି  ଗୁଡ଼ିକ ମଧ୍ୟ ଆଲର୍ଟରେ ଅଛନ୍ତି । ଆତଙ୍କବାଦୀଙ୍କ ସମର୍ଥକଙ୍କ ସମେତ ଆତଙ୍କବାଦୀକୁ ଶାସ୍ତି ଦେବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

ପ୍ରତିରକ୍ଷା ସୂତ୍ର ଅନୁସାରେ ଆତଙ୍କବାଦର ମୁକାବିଲା ପାଇଁ ସେନା ଏହି ଅଞ୍ଚଳରେ ପ୍ରାୟ ୩୫୦୦-୪୦୦୦ ସୁରକ୍ଷା କର୍ମୀଙ୍କ ଏକ ବ୍ରିଗେଡ୍ ମୁତୟନ କରିସାରିଛି। ସେନା ଅଧିକାରୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ ଉପକରଣ ସହ ଆତଙ୍କବାଦୀଙ୍କୁ ଖୋଜିବା ଏବଂ ବିନାଶ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।

ସୂଚନାଯୋଗ୍ୟ ଗତ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଅନେକ ବଡ଼ ଆକ୍ରମଣ ହୋଇଛି । ଜୁଲାଇ ୮ ରେ ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସେନା ଟ୍ରକ ଉପରେ ଆକ୍ରମଣ କରିଥିଲେ । ଫଳରେ ଏହି ଆକ୍ରମଣରେ ଜଣେ ଜୁନିଅର କମିଶନ ଅଫିସର (ଜେସିଓ) ଙ୍କ ସମେତ ପାଞ୍ଚଜଣ ସହିଦ ହୋଇଥିଲେ ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିଲେ। ଏଥି ସହିତ ଗତ ମାସରେ ଜୁନ୍ ୯ ରେ ଆତଙ୍କବାଦୀମାନେ ଜାମ୍ମୁର ଶିବଖୋଡିରେ ତୀର୍ଥଯାତ୍ରୀଙ୍କ ଏକ ବସ୍ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା।

Related posts

ବଢ଼ିଲା ଦିଲ୍ଲୀ ଓ ପଞ୍ଜାବ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା  

mahabharatanews

ବିହାରରେ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

mahabharatanews

ମହା ଜନସମ୍ପର୍କ ଯାତ୍ରା: ୧୭ରେ ଢେଙ୍କାନାଳ ଆସିବେ ଶାହ

mahabharatanews