ଭାରତ

ବଢ଼ିଲା ଦିଲ୍ଲୀ ଓ ପଞ୍ଜାବ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା  

(ଦିଲ୍ଲୀ) : ବଢ଼ିଲା ଦିଲ୍ଲୀ ଏବଂ ପଞ୍ଜାବ ବିମାନ ବନ୍ଦରର ସୁରକ୍ଷା । ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କ ଧମକ ପରେ ଦିଲ୍ଲୀ ଏବଂ ପଞ୍ଜାବ ବିମାନ ବନ୍ଦରରେ ସୁରକ୍ଷା ବୃଦ୍ଧି କରାଯାଇଛି। ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏସ) ଦିଲ୍ଲୀ ଏବଂ ପଞ୍ଜାବ ବିମାନବନ୍ଦରରେ ଭିସିଟର ପାସ୍ ଉପେର ରୋକ୍ ଲଗାଇଛନ୍ତି । ନଭେମ୍ବର ଶେଷ ପର୍ଯ୍ୟନ୍ତ ଦିଲ୍ଲୀ ବିମାନ ବନ୍ଦରରେ ପରିଦର୍ଶକମାନଙ୍କ ପାଇଁ ଅସ୍ଥାୟୀ ବିମାନବନ୍ଦର ଏଣ୍ଟ୍ରି ପାସ୍ (TAEP) ଉପରେ ଏକ ନିଷେଧାଦେଶ ଲଗାଯାଇଛି ।

ସୂଚନାନୁଯାୟୀ , ନଭେମ୍ବର ୬ ତାରିଖରେ ଭିସିଟରଙ୍କୁ ନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା। ଏହା ବ୍ୟତୀତ ଯାତ୍ରୀମାନଙ୍କ ସାମଗ୍ରୀ ମଧ୍ୟ ସେକେଣ୍ଡାରୀ ସିଡ଼ି ପଏଣ୍ଟରେ ମାନୁଆଲ ଯାଞ୍ଚ କରାଯିବ। ଯାତ୍ରୀମାନଙ୍କ ବ୍ୟାଗ ଏବଂ ଲଗେଜ୍ ଯିବା ବୋଡିଂ ପୂର୍ବରୁ ଯାଞ୍ଚ୍ କରାଯିବ । ଦିଲ୍ଲୀ ଏବଂ ପଞ୍ଜାବ ବିମାନବନ୍ଦରରେ ଏହି ଅଭ୍ୟାସ କରାଯାଉଛି।

Related posts

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧି

mahabharatanews

ଆଖି ବୁଜିଲା ଆଉ ଏକ ଚିତା

mahabharatanews

ପାରାଦୀପ ବନ୍ଦର ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।

mahabharatanews