ଖେଳ

ଭାରତର ରୂପା ଝିଅ ସାଇଲି

ନୂଆଦିଲ୍ଲୀ: କେନିଆର ନାଇରୋବିଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ଆଥଲେଟିକ ଚମ୍ପିଆନସିପରେ ରହିଛି ଭାରତର ଦବଦବା । ଭାରତ ପାଇଁ ଏହି ଚମ୍ପିଆନସିପରେ ଖୁବ ସଫଳତା ହାସଲ କରିଛି । ଏପର୍ଯ୍ୟନ୍ତ ମୋଟ ୩ଟି ପଦକ ଅକ୍ତିଆର କରିନେଇଚି ଭାରତୀୟ ଦଳ । ଆଜି ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ଭାରତ ହାସଲ କରିଛି ଆଉ ଏକ ରୋପ୍ୟ ପଦକ । ଏହି ପଦକ ହାସଲ କରିଛନ୍ତି ଭାରତର ରୂପା ଝିଅ ସାଇଲି ସିଂହ ।
୬.୫୯ ମିଟର ଦୂର ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସାଇଲି । କିନ୍ତୁ ଦୁଃଖର ବିଷୟ ଯେ ମାତ୍ର ୧ ସେଣ୍ଟିମିଟର ପାଇଁ ସ୍ୱର୍ଣ୍ଣ ପଦକରୁ ସାଇଲି ବଞ୍ଚିତ ହୋଇଥିଲେ । ୬.୬୦ ମିଟର ଲମ୍ବ ଡେଇଁ ସ୍ୱର୍ଣ୍ଣ ପଦକ ଉପରେ କବଜା କରି ନେଇଥିଲେ ସ୍ୱିଡେନର ମାଜା ଅସକଗ । ତେବେ ୟୁକ୍ରେନର ମାରିଆ ହୋରିଏଲୋଭା ୬.୫୦ ମିଟର ଲମ୍ଫ ଦେଇ ବ୍ରୋଞ୍ଚ ପଦକ ଜିତିଛନ୍ତି । ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ଯୋଗ୍ୟତା ରାଉଣ୍ଡରେ ସାଇଲି ୬.୪୦ ମିଟର ଦୂର ଜମ୍ପ କରି ଶୀର୍ଷରେ ରହିଥିଲେ । ଫଳରେ ତାଙ୍କର ପଦକ ଜିତିବା ଏକ ପ୍ରକାର ନିଶ୍ଚିତ ଜଣାପଡୁଥିଲା ତାଙ୍କର ପ୍ରଥମ ଦୁଇଟି ଜମ୍ପ ନୈରାଶ୍ୟଜନକ ରହିଥିଲା । ଉଭୟ ଜମ୍ପ ୬.୩୪ ମିଟର ରହିଥିଲା । ହେଲେ ତୃତୀୟ ଜମ୍ପରେ ସେ ୬.୫୦ ମିଟର ଦୂର ଅତିକ୍ରମ କରିଥିଲେ ।
ପୂର୍ବରୁ ୪ ଗୁଣା ୪୦୦ ମିଟର ମିକ୍ସଡ ଟିମ ରିଲେରେ ଭାରତୀୟ ଦଳ ଏବଂ ୧୦,୦୦୦ ମିଟର ରେସ ୱାକରେ ଭାରତର ଅମିତ ଖତ୍ରୀ ପଦକ ହାସଲ କରିବାରେ ସଫଳ ହୋଇସାରିଛନ୍ତି ।

Related posts

ଆଇପିଏଲକୁ ଫେରିବେ ରାହୁଲ ଦ୍ରାବିଡ !

mahabharatanews

ସିଏସକେ କ୍ୟାପଟେନ୍ସି ଛାଡ଼ିଲେ ଧୋନି, ଜାଡେଜା ସମ୍ଭାଳିବେ ଦଳର କମାଣ୍ଡ

mahabharatanews

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews