ଓଡିଶା

ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

ପୁରୀ: ଆଜି ପୁଣି ଖୋଲାଯିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର। ରହସ୍ୟ ଉପରୁ ହଟିବ ପରଦା । ମହାପ୍ରଭୁଙ୍କ ରତ୍ନର ହେବ ଗଣତି ମଣତି । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ। ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା।  ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ୧୧ ଜଣିଆ ଅଧିକୃତ ଟିମ୍  । ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରି ଭିତରକୁ ଗଲେ ଟିମ୍ ।ଏହା ପୂର୍ବରୁ ଶ୍ରୀମନ୍ଦିରକୁ ଯାଇଛନ୍ତି ଓଡ୍ରାଫ୍ ଟିମ୍। ଆଧୁନିକ ସରଞ୍ଜାମ ସହ ଯାଇଛନ୍ତି ଓଡ୍ରାଫ୍ ଟିମ୍। ସ୍ନେକ୍ ହେଲ୍ପ ଲାଇନ୍ ଟିମ୍ ମଧ୍ୟ ଶ୍ରୀମନ୍ଦିରକୁ ଯାଇଛନ୍ତି । ଭିତର ରତ୍ନଭଣ୍ଡାରକୁ ଯାଇପାରନ୍ତି ଗଜପତି ମହାରାଜା। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ।

ଅନ୍ୟପଟେ ସକାଳ ୮ଟାରୁ ବନ୍ଦ ହେଲା ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ। କେବଳ ଅଧିକୃତ ସେବକମାନଙ୍କୁ ଛଡ଼ାଯିବ। ଆଜି ଶୁଭ ମୁହୂର୍ତ୍ତ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହେବ ରତ୍ନ ଅଳଙ୍କାର। କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ ରହିବ। ଗତ ରବିବାର ବାହାର ରତ୍ନଭଣ୍ଡାର କେବଳ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିଲା। ଆଜି ଭିତର ଭଣ୍ଡାରର ପାଳି। ଏସଓପି ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲାଯିବ।

Related posts

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

mahabharatanews

ରାସନ କାର୍ଡ ନଥିଲେ ପ୍ରବାସୀ ପାଇବେ ରାସନ ସାମଗ୍ରୀ

mahabharatanews

ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକରାଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews