ଭାରତ

ଆଜି ବିଶ୍ବ ବ୍ୟାଘ୍ର ଦିବସ

ନୂଆଦିଲ୍ଲୀ: ପ୍ରତିବର୍ଷ ୨୯ ଜୁଲାଇରେ ‘ଆନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ। ବାଘ ସଂଖ୍ୟା ହ୍ରାସ ହେଉଥିବାରୁ ସଚେତନତା ପାଇଁ ଏହି ଦିନ ସ୍ୱତନ୍ତ୍ର ଭାବେ ପାଳନ କରାଯାଏ। ଏହି ଦିନ ଭାରତ ପାଇଁ ଆହୁରି ସ୍ୱତନ୍ତ୍ର ଯେ ବାଘ କେବଳ ଭାରତର ଜାତୀୟ ପଶୁ ନୁହେଁ, ବରଂ ବିଶ୍ୱ ୭୦% ରୁ ଅଧିକ ବାଘ ଭାରତରେ ଦେଖିବାକୁ ମିଳେ। ଏଭଳି ପରିସ୍ଥିତିରେ ବାଘ ଦିବସ ପାଳନ କରିବାକୁ, ଆପଣ ଭାରତରେ ଥିବା ବିଭିନ୍ନ ବାଘ ଅଭୟାରଣ୍ୟ ପରିଦର୍ଶନ କରିପାରିବେ। ତେବେ ଭାରତରେ ଥିବା ୫୩ ଟି ବାଘ ସଂରକ୍ଷଣ ସ୍ଥାନ ରହିଛି ।

ଶହେ ବର୍ଷ ତଳେ ଏସିଆ ମହାଦେଶରେ ପ୍ରାୟ ଲକ୍ଷେ ପାଖାପାଖି ବାଘ ବିଚରଣ କରୁଥିବା ବେଳେ ଅର୍ଥ ଲାଳସାରେ ଏହି ପ୍ରାଣୀଟିର ଶିକାର କରାଯାଉଥିବାରୁ ବର୍ତ୍ତମାନ ବିଶ୍ବରେ ମାତ୍ର ୪,୦୦୦ ସଂଖ୍ୟକ ବାଘ ବଞ୍ଚି ରହିଛନ୍ତି। ସେଥି ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ବା ପାଖାପାଖି ୩,୦୦୦ଟି ବାଘ କେବଳ ଭାରତରେ ବସବାସ କରୁଛନ୍ତି। ସେହିପରି ଭୂପୃଷ୍ଠରେ ପ୍ରାୟ ୨୦ ଲକ୍ଷ ବର୍ଷ ତଳୁ ବିଚରଣ କରିଆସୁଥିବା ଏହି ସ୍ତନ୍ୟପାୟୀ ପ୍ରାଣୀର ମୋଟ ୯ଟି ପ୍ରଜାତି ବଂଶ ବିସ୍ତାର କରିଥିବା ବେଳେ ସେଥିରୁ ୩ଟି ପ୍ରଜାତି ଏବେ ସଂପୂର୍ଣ୍ଣ ବିଲୁପ୍ତ ଏବଂ ଆଉ ୬ଟି ପ୍ରଜାତି ବିଲୁପ୍ତପ୍ରାୟ। ତେବେ ଏହି ମାଂସାଶୀ ଶିକାରୀ ପ୍ରାଣୀଟି ଖାଦ୍ୟ ଶୃଙ୍ଖଳାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଏବଂ ତାହା ପର୍ଯ୍ୟାବରଣ ପ୍ରଣାଳୀକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ତେଣୁ ସେମାନେ ସଂପୂର୍ଣ୍ଣ ଲୋପ ପାଇଯିବା ପୂର୍ବରୁ ସେମାନଙ୍କ ସଂରକ୍ଷଣ କରିବା ଜରୁରୀ ହୋଇପଡ଼ିଛି। ବ୍ୟାଘ୍ର ଉପଲବ୍‌ଧ ଥିବା ୧୩ଟି ଯାକ ଦେଶ ଅବକ୍ଷୟମୁଖୀ ବାଘ ସଂଖ୍ୟାକୁ ଦ୍ବିଗୁଣିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ୨୦୧୦ ମସିହାରେ ବ୍ୟାଘ୍ର ଦିବସର ସ୍ଥାପନା କରିଥିଲେ ।

Related posts

ସେନେଗାଡିରେ ନିଆଁ ଲାଗି ଚାରି ଯବାନ ସହିଦ

mahabharatanews

୧୦ରେ ଖୋଲିବ ଶ୍ରୀ କେଦାରନାଥ ଧାମ

mahabharatanews

ଆଜି ବର୍ଷର ସବୁଠାରୁ ଛୋଟ ଦିନ

mahabharatanews