(ମଣିପୁର) : ଥମିବାର ନାଁ ନେଉନି ମଣିପୁର ହିଂସା । ଚାଲିଥିବା ଜାତିଗତ ହିଂସା ମଧ୍ୟରେ ସରକାର ବୁଧବାର ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ତାରିଖକୁ ବଢାଇ ଦେଇଛନ୍ତି । ରାଜ୍ୟର ଅନେକ ଅଞ୍ଚଳ ହିଂସା ଦ୍ୱାରା ପ୍ରଭାବିତ ହେଉଥିବାରୁ ମଣିପୁରରେ ଇଣ୍ଟରନେଟ୍ ସେବା ଆସନ୍ତା ପାଞ୍ଚ ଦିନ ପାଇଁ ସ୍ଥଗିତ ରହିବ । ବୁଧବାର ଦିନ ଏକ ନିର୍ଦ୍ଦେଶ ଜାରି କରି ମଣିପୁର ସରକାର ରାଜ୍ୟରେ ଇଣ୍ଟରନେଟ୍ ସେବା ସ୍ଥଗିତାଦେଶକୁ ଜୁଲାଇ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନାନୁଯାୟୀ , ୩ମେ ରୁ ହିଂସା ଘଟଣା ପରେ ହିଁ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ମୋବାଇଲ୍ ଡାଟା, ରାଜ୍ୟରେ ବ୍ରଡବ୍ୟାଣ୍ଡ ସମେତ ଇଣ୍ଟରନେଟ୍ ଡାଟା ସେବା ଉପରେ ପ୍ରତିବନ୍ଧକ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ତୁରନ୍ତ ପ୍ରଭାବ ସହିତ ଆସନ୍ତା ପାଞ୍ଚ ଦିନ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ ।
