ଅପରାଧଓଡିଶା

ଅଜଗରକୁ ନେଇ ଯାଉଥିବା ବେଳେ ପଡିଗଲେ ବନବିଭାଗଙ୍କ ହାବୁଡରେ

(ବାଙ୍କୀ) ; ଏକ ୭ ଫୁଟର ଅଜଗରକୁ ଧରି ପଳାଇବା ସମୟରେ ଧରାପଡିଗଲେ ବନ ବିଭାଗଙ୍କ ହାତରେ । ଆଉ ତାପରେ ସାପକୁ ହସ୍ତାନ୍ତର କଲେ ବନ ବିଭାଗକୁ । ସୂଚନାଅନୁଯାୟୀ ବାଙ୍କୀ ଭେଡା ଅଞ୍ଚଳରୁ ୩ ଜଣ ଏକ ୭ ଫୁଟ ଲମ୍ବର ଅଜଗର ସାପ ଧରି ବାହାରକୁ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ଧରାପଡିଲେ । ପରେ ବନବିଭାଗକୁ ଖବର େଦେଇଥିଲେ । ବନବିଭାଗର ପ୍ରଥମ ତଦନ୍ତରୁ ଜନାପଡିଛି ଯେ ଏହି ତିନି ଜଣ ସାପ ଧରାଳି ଯାଜପୁର ଅଂଚଳର ଏବଂ ଏମାନେ କେଉଁଆଡେ ଚାଲାଣ କରିବାକୁ ନେଉଥିଲେ ତାହା ଏଯାଏଁ ଜଣାପଡି ନାହିଁ । ବନ ବିଭାଗର ଛାନଭିନ ପରେ ତାହା ଜଣା ପଡିବ ବୋଲି ସୂଚନା ମିଳିଛି । ସେପଟେ ବାଙ୍କୀ ଶିଶୁଆ ବନଖଣ୍ଡ ଅଫିସ ଖୋର୍ଦ୍ଧା ରେଞ୍ଜରଙ୍କ ଅଧୀନରେ ଥିବାରୁ ସେଠାକୁ ନେଇ ଯାଇଛନ୍ତି ବନପାଳ ଚିତ୍ତରଞ୍ଜନ ମିଶ୍ର । ଅନ୍ୟପଟେ ସାପ ଧରାଳିଙ୍କ କହିବା କଥା ଏମାନେ କେଳା ସମ୍ପ୍ରଦାୟର ।

Related posts

ବାଲି ବୋଝେଇ ୪ ହାଇୱା ଜବତ

mahabharatanews

କେନ୍ଦ୍ର ଖଣିମନ୍ତ୍ରୀଙ୍କ ଦାମନଯୋଡି ଗସ୍ତ

mahabharatanews

କାମାସକ୍ତଙ୍କ ବର୍ବର କାଣ୍ଡ

mahabharatanews