ବିଶ୍ୱଭାରତ

ରୁଷ ସୈନ୍ୟଙ୍କୁ ଇରାନ ଦେଉଛି ଡ୍ରୋନ ତାଲିମ

ବ୍ୟୁରୋ:ରୁଷୁକୁ ପ୍ରତ୍ୟେକ୍ଷ ସମର୍ଥନ କରୁଛି ଇରାନ୍ । ଇରାନ ସାମରିକ ଅଧିକାରୀମାନେ ଯୁଦ୍ଧ କ୍ଷେତ୍ରରେ ରୁଷ ସୈନ୍ୟମାନଙ୍କୁ ଡ୍ରୋନ ପରିଚାଳନା ତାଲିମ ଦେଉଛନ୍ତି । ଅମେରିକୀୟ ଗୁଇନ୍ଦା ସଂସ୍ଥାର ସୁତ୍ର ଅନୁଯାୟୀ ଗଣମାଧମରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଇରାନ ତାଲିମଦାତାମାନେ ରୁଷ ର କ୍ରିମିଆଠାରେ ରହି ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡାଣ ତାଲିମ ଦେଉଛନ୍ତି । ଇରାନର ସାହେଦ୍-୧୩୬ ଶକ୍ତିଶାଳୀ ଡ୍ରୋନ ରୁଷକୁ ଯୋଗାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ରୁଷକୁ କ୍ଷେପଣାସ୍ତ୍ର ଓ ଡ୍ରୋନ ଯୋଗାଇବା ପାଇଁ ଉପରାଷ୍ଟ୍ରପତି ମହମ୍ମଦ ମୁଖବୀରଙ୍କ ମସ୍କୋ ଗସ୍ତ କାଳରେ ନିଷ୍ପତି ନିଆଯାଇଥିଲା । ଇରାନ ସହ ରୁଷର ଏହି ଘନିଷ୍ଠ ସର୍ମ୍ପକକୁ ଆମେରିକା ଏକ ବଡ ବିପଦ ଭାବେ ବିବେଚନା କରିଛି.

Related posts

ଆଜି ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗିର ଯିବେ ମୋଦି 

mahabharatanews

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ

mahabharatanews

ମୃତ କୃଷକଙ୍କ ପରିବାରକୁ ଏକ କୋଟି ଟଙ୍କା ସହାୟତା ରାଶି

mahabharatanews