ଭାରତ

ଆଦିତ୍ୟ-ଏଲ୍ ୧; ତିରୁମାଲା ମନ୍ଦିରରେ ଇସ୍ରୋ ବୈଜ୍ଞାନିକ ଟିମ

(ଆନ୍ଧ୍ରପ୍ରଦେଶ) : ଆସନ୍ତାକାଲି ଲଞ୍ଚ୍ ହେବ ଆଦିତ୍ୟ-ଏଲ୍ 1 । ଏଥିନିମନ୍ତେ ପ୍ରସ୍ତୁତି ବର୍ତ୍ତମାନ ଶେଷ ହୋଇଥିବା ବେଳେ ଆଜି ISRO ବୌଜ୍ଞାନିକମାନଙ୍କର ଏକ ଟିମ୍ ଆଦିତ୍ୟ- L1 ମିଶନର ମିନି ମଡେଲ ସହିତ ପୂଜାର୍ଚ୍ଚନା କରିବା ପାଇଁ ତିରୁମାଲା ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ପହଞ୍ଚିଥିଲେ । ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ- L1 ମିଶନ) ସେପ୍ଟେମ୍ବର ୨  ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ସକାଳ ୧୧ .୫୦ ରେ ଲଞ୍ଚ୍ ହେବ  ।

ସୂଚନାନୁଯାୟୀ , ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ  ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଛି । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

 

Related posts

କେରଳରେ ୭ଟି ଗ୍ରାମକୁ ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ ଘୋଷଣା

mahabharatanews

ଥମୁନି ମଣିପୁର ହିଂସା: କେନ୍ଦ୍ର ମନ୍ତ୍ରୀଙ୍କ ଘରେ ଲଗାଇଲେ ନିଆଁ

mahabharatanews

ତାମିଲନାଡୁରେ ସଡ଼କ ଦୁର୍ଘଟଣା: ୫ ଛାତ୍ର ମୃତ, ୨ ଗୁରୁତର

mahabharatanews