ମନୋରଞ୍ଜନ

ଜାକଲିନଙ୍କ ସୋସାଇଟିରେ ଅଗ୍ନିକାଣ୍ଡ 

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଠାଡିଜ୍ ରହୁଥିବା ବିଲ୍ଡିଂରେ ଅଚାନକ ଲାଗିଲା ନିଆଁ। ତେବେ ସେ ର୍ଷେ ପୂର୍ବେ ଘର କିଣିଥିଲେ ଅଭିନେତ୍ରୀ । ଗତକାଲି ମୁମ୍ବାଇର ବାନ୍ଦ୍ରା ୱେଷ୍ଟର ପାଲି ହିଲ ଅଞ୍ଚଳରେ ଥିବା ନବରୋଜ ହିଲ ସୋସାଇଟିରେ ଅଗ୍ନିକାଣ୍ଡ ଘଟିଥିଲା।

ସୂଚନାନୁଯାୟୀ , ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଏହି ବିଲଡିଂରେ ଘର କିଣିଥିଲେ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ବିଲ୍ଡିଂର ୧୩ ମହଲାରେ ଥିବା ଏକ ରୋଷେଇ ଘରେ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ୮ଟାରେ ନିଆଁ ଲାଗିଥିବା ବେଳେ ନିଆଁଟି ୧୪ମହଲା ପର୍ଯ୍ୟନ୍ତ ସୀମିତ ଥିଲା ବୋଲି କୁହାଯାଉଛି। ଏହି ବିଲଡିଂରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ୫ବିଏଚକେ ଆପାର୍ଟମେଣ୍ଟ ଥିବା ବେଳେ ଅଗ୍ନିକାଣ୍ଡ ପାଇଁ ସେ କିଣିଥିବା ଘରର କୌଣସି କ୍ଷତି ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ।

Related posts

ବରୁଣ-ଲାବନ୍ୟା ଦେଲେ ଗ୍ରାଣ୍ଡ ପାର୍ଟି  

mahabharatanews

ବନ୍ଦ ହେଲା ଊର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ  

mahabharatanews

 ଶଶୁର ଓ ସ୍ବାମୀ ବଚ୍ଚନଙ୍କ ନଜର ଆସିଲେ ଐଶ୍ବର୍ଯ୍ୟା

mahabharatanews