ମନୋରଞ୍ଜନ

ବରୁଣ-ଲାବନ୍ୟା ଦେଲେ ଗ୍ରାଣ୍ଡ ପାର୍ଟି  

(ମୁମ୍ବାଇ) : ନଭେମ୍ବର ୧ରେ ଇଟାଲୀରେ ବରୁଣ-ଲାବନ୍ୟାଙ୍କ ବିବାହ ସରିଛି ଏକଥା କାହାକୁ ଅଛପା ନୁହେଁ । କିଛି ଦିନ ହେଲାଣି ସାଉଥ ଷ୍ଟାର ବରୁଣ ତେଜଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଉଭୟଙ୍କ ପରିବାରର ଉପସ୍ଥିତିରେ ବରୁଣ ଓ ଲାବନ୍ୟା ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏବେ ଦୁହେଁ ବିବାହ ଭୋଜି ଦେଇଛନ୍ତି।

ସୂଚନାନୁଯାୟୀ ,  ତେବେ ବିବାହ ଭୋଜି ବିଦେଶରେ ନୁହେଁ ବରଂ ଭାରତରେ ରଖିଛନ୍ତି ଦମ୍ପତ୍ତି। ଦୁହେଁ ହାଇଦ୍ରାବାଦରେ ବନ୍ଧୁ ଓ ପରିବାରବର୍ଗଙ୍କ ପାଇଁ ବିବାହ ଭୋଜିର ଆ‌ୟୋଜନ କରିଛନ୍ତି। ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀଙ୍କ ଏହି ଗ୍ରାଣ୍ଡ ରିସେପ୍ସନର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦମ୍ପତିଙ୍କ ଗ୍ରାଣ୍ଡ ଏଣ୍ଟ୍ରି ଦେଖିବାକୁ ମିଳିଛି।

Related posts

 ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ”: ଭାରତୀ ସିଂ

mahabharatanews

୫୮ ତମ ଜନ୍ମଦିନ ପାଳିଲେ ସଲମାନ ଖାନ

mahabharatanews

ଫିଲ୍ମ ‘ଫାଇଟର୍‌’କୁ ଲିଗାଲ ନୋଟିସ  

mahabharatanews