ଓଡିଶା

୫ ବର୍ଷ ପରେ ଫୁଲବାଣୀ ଫେରିବ ଜଗା  

କଟକ: ୨ ବର୍ଷ ଧରି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଗା ଫୁଲବାଣୀ ଫେରିଯିବ । ବର୍ତ୍ତମାନ ଜଗାର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ସୁସ୍ଥ ରହିଛି । କଟକ ମେଡିକାଲରୁ ଡିସଚାର୍ଜ ହୋଇ ସେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବ । ଜଗାକୁ ନେବାକୁ ଫୁଲବାଣୀରୁ ଏକ ଡାକ୍ତରୀ ଦଳ କଟକରେ ପହଞ୍ଚିଛନ୍ତି । ଜଗାର ମା’ ଆର୍ଥିକ ସମସ୍ୟା ଥିବାରୁ ନିଜ ଜିଲ୍ଲାକୁ ଫେରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।
୨୦୧୭ରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା । ସେଠାରେ ସେମାନଙ୍କ ଅପରେସନ ପରେ ଉଭୟଙ୍କୁ ଅଲଗା କରାଯାଇଥିଲା । ଏମ୍ସରେ ଦୁଇ ବର୍ଷ ଡାକ୍ତରଙ୍କ ତତ୍ୱାବଧାନରେ ରହିବା ପରେ ସେମାନେ କଟକ ବଡମେଡିକାଲକୁ ଫେରିଥିଲେ । ତେବେ ବଳିଆର ୨୦୨୦ରେ ମୃତ୍ୟୁ ହୋଇଥିଲା । ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

Related posts

ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଲାଗିବ ଏୟାର ପ୍ୟୁରିଫାୟର୍

mahabharatanews

ବାସି ଖାଦ୍ୟ ଖାଇ ୪୫ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅସୁସ୍ଥ

mahabharatanews

କଟକ ବଡ଼ ମେଡିକାଲରେ ସିକ୍ୟୁରୀଟି ଗାର୍ଡ ଚଳାଇଛନ୍ତି ତାଲିବାନ ଶାସନ: କାର୍ୟ୍ୟାନୁଷ୍ଠାନ ଦାବି

mahabharatanews