ଓଡିଶା

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

(ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତର ଶ୍ୟାମସୁନ୍ଦର ବିଦ୍ୟାପୀଠ ଇକଡପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ସାହୁ, ସହ ଶିକ୍ଷକ ଅନନ୍ତ କୁମାର ପାତ୍ର, ଦିଲ୍ଲୀପ କୁମାର ଭୁଇଁୟା, କିରାଣୀ ବିଜୟ କୁମାର ସାହୁଙ୍କ ଅବସର ପୂର୍ବରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ସେମାନଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଛ ଦେଇ, ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଅ ।ଯାଇଥିଲା ।

ସ୍କୁଲର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷେତ୍ର ମୋହନ ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ,ମୁଖ୍ୟ ଅତିଥି ଭାବେ ବାଲିଅ ।ପାଳ ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଜେନା, ବାଲେଶ୍ୱର ଜିଲ୍ଲା ଓସ୍ତା ସଙ୍ଘର ଉପସଭାପତି ଅସିତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଷ୍ଣୁ ପୁର ସରପଞ୍ଚଙ୍କ ପ୍ରତିନିଧୀ ଜୀବନ କୁମାର ଦାସ, ବିଜୟ କୁମାର ମହାନ୍ତି, ବିଜୟ କୁମାର ପାତ୍ର, ଦର୍ଶନ କୁମାର ଜେନା, ଗୌର ମୋହନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଓ ବର୍ତ୍ତମାନ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରି·ଳନା କମିଟିର ସଦସ୍ୟ ସଦସ୍ୟା, ଅବିଭାବକ ମାନେ ଉପସ୍ଥିତ ଥିଲେ । ବହୁ ଦୁଃଖକଷ୍ଟ, ଅଭାବ ଅନାଟନ ଭିତରେ ବିନା ବେତନରେ ଶିକ୍ଷକମାନେ ର୍ଦୀଘ ଦିନ ପରିଶ୍ରମ କରି , ବହୁ କୃତି ଛାତ୍ର ଛାତ୍ରୀ ତିଅ ।ରି କରିଛନ୍ତି । ମାତ୍ର ଶିକ୍ଷକମାନଙ୍କ ଅବସର ପରେ ସରକାର କି ପ୍ରଶାଶନ ଶିକ୍ଷକ ନିଯୁକ୍ତି କରୁନଥିବାରୁ ଅତିଥି ମାନେ ଚିନ୍ତା ପ୍ରକଟ କରିଥିଲେ ।
ବିଦାୟ ସମ୍ବର୍ଦ୍ଧନା ସଭାକୁ ନେଇ ବିଦ୍ୟଲୟ ପରିଶରରେ ଏକ ଶୋକାକୁଳ, ଭାବାବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତ ଅବସରଗ୍ରହଣ କରୁଥିବା ବ୍ୟକ୍ତି କାନ୍ଦିଥିଲେ । ସେମାନଙ୍କ ଅବସରକୁ ନେଇ ଛାତ୍ରଛାତ୍ରୀ ଓ ସହକାରୀ କର୍ମଚାରୀଙ୍କ ଆଖିରେ ମଧ୍ୟ ଲୁହର ବନ୍ୟା ସୃଷ୍ଟି ହୋଇଥିଲା ।

Related posts

କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

mahabharatanews

୬ରୁ BSKY ନବୀନ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ 

mahabharatanews

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

mahabharatanews