ଅପରାଧ

ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର, ୨ ଗିରଫ

(ମହାଭାରତ, ଖୋର୍ଦ୍ଧା): ବନ ବିଭାଗର କଟକଣା ସତ୍ତେ୍ୱ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଅବାଧ ଶିକାର ଜାରି ରହିଛି । ଏଠାରେ ଶିକାର ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଶନିବାର ଏହାର ଆଖପାଖ ଅଞ୍ଚଳରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ଭିତର ଚିଲିକାର ୧ ନମ୍ବର କୁଦ ନିକଟରୁ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣ ଶିକାରୀ ଚକମା ଦେଇ ଘଟଣାସ୍ଥଳରୁ ଖସି ଯାଇଥିଲେ । ତେବେ ଗିରଫ ଶିକାରୀଙ୍କ ନିକଟରୁ ୫୭ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ କରାଯାଇଥିଲା । ଏହାସହ ୩ଟି ଜୀବନ୍ତ ପକ୍ଷୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଏହାଛଡା ବନ ବିଭାଗ ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ, ୫୦୦ ଗୁଳି, ଛୁରୀ ଓ ଏକ ଡଙ୍କା ଜବତ କରିଛି ।

Related posts

୩ଲକ୍ଷ ଟଙ୍କା ସହ ୩ ଯନ୍ତ୍ରୀ ଅଟକ

mahabharatanews

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ମାଓବାଦୀ

mahabharatanews

ମହିଳାଙ୍କୁ ଏସିଡ୍ ମାଡ: ମୁହଁ ଓ ବେକରେ କ୍ଷତ

mahabharatanews