ଓଡିଶାପର୍ବ ପର୍ବାଣି

ଜମୁଛି କଳିଙ୍ଗ ବାଲିଯାତ୍ରା

ପାରାଦୀପ : (ପ୍ରଶାନ୍ତ କୁମାର ସ୍ଵାଇଁ) ଜମୁଛି ପାରାଦୀପ କଳିଙ୍ଗ ବାଲିଯାତ୍ରା । ବିଜୁ ମୈଦାନ ରେ ଅନୁଷ୍ଠିତ ହେଉଥିବା ଏହି କଳିଙ୍ଗ ବାଲିଯାତ୍ରା ଆସନ୍ତା ୧୪ ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତିଦିନ ଲାଗିଗଲାଣି ଗହଳି ଚହଳି । ପାରାଦୀପ କେନ୍ଦ୍ରାପଡା ସହ ଅନେକ ଦୂରଦୂରାନ୍ତରୁ ଲୋକ ମାନେ ଛୁଟି ଆସୁଛନ୍ତି ଏହି ଐତିହାସିକ କଳିଙ୍ଗ ବାଲିଯାତ୍ରା ଦେଖିବାକୁ । ଦିନ ୪ ଟା ସମୟରୁ ବିଳମ୍ବିତ ରାତ୍ରୀ ପର‌୍ୟ୍ୟନ୍ତ ଦେଖିବାକୁ ମିଲୁଛି ହଜାର ହଜାର ଲୋକଙ୍କ ଭିଡ । ମୀନା ବଜାର ପଲ୍ଲୀଶ୍ରୀ ମେଳା ଓ ଠୁଙ୍କା ପୁରୀ ଚାଟ ଚଟପଟି ର ମଜା ନେଇଛନ୍ତି ଲୋକମାନେ । ବିଭିନ୍ନ ପ୍ରକାର ଘରକରଣା ଜିନିଷ ଆଉ ଭିନ୍ନ୍ ସ୍ୱାଦ ର ଖାଦ୍ୟ ପ୍ରସ୍ତୁତ କରି ରଖୁଛନ୍ତି ବ୍ୟବସାୟୀ । ସୁରକ୍ଷା କୁ ନେଇ ମଧ୍ୟ ପୋଲିସ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ବାଲିଯାତ୍ରା କୁ ସରସ ସୁନ୍ଦର କରିବାକୁ ଆୟୋଜକ ମାନେ କରିଚାଲିଛନ୍ତି ବେଶ୍ ଉଦ୍ୟମ ।

Related posts

ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳେ ରହିଛି ,ଗତ ୨୪ ଘଣ୍ଟା ମଧ୍ୟରେ ୬୬୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି ; ୮୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews