ଓଡିଶା

ନେସନାଲ ଲିଗାଲ ସର୍ଭିସ ଦିବସ ପାଳିତ

ଜଳେଶ୍ଵର / ଅଜିତ୍ କୁମାର ସାହୁ : ଆଜି ନେସନାଲ ଲିଗାଲ ସର୍ଭିସ ଦିବସ ଉପଲକ୍ଷେ, ବସ୍ତା ଡାକବଙ୍ଗଳା ସଭାଗୃହରେ ଆଜି ନେସନାଲ ଲିଗାଲ ସର୍ଭିସ ଦିବସ ପାଳିତ ହୋଇ ଯାଇଅଛି। ଏହି କାର୍ୟ୍ୟକ୍ରମରେ ବସ୍ତା ଜେଏମଏଫସି କୋର୍ଟ ର ବିଚାରପତି ଗାୟତ୍ରୀ ମିଶ୍ର, ବସ୍ତା ଏସଡିପିଓ ଜଳନ୍ଧର ଜାଲି, ବସ୍ତା ଥାନା ଅଧିକାରି ବାରିଣି ଦାସ, ସିଂଲା ଥାନା ଅଧିକାରି ସଚିନ୍ଦ୍ର ମହାଳିକ ଓ ବାଲିଆପାଳ ଥାନାର ସବ ଇନସପେକଟର ସସ୍ମିତା ମଲ୍ଲିକ, ବସ୍ତା କୋର୍ଟ ର ଅଧିକାରୀ, ବାରର ପୂର୍ବତନ ସମ୍ପାଦକ ଗୌରହରି ବେହେରା ,ବର୍ତ୍ତମାନର ସମ୍ପାଦକ ଗୌତମ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଜନ ସାଧାଧାରଣକୁ ଲିଗାଲ ସେବା ବାବଦରେ ଅବଗତ କରାଇବା ସହିତ ଏହାର ସୁବିଧା ସୁଯୋଗ ବିଷୟର ଆଲୋକ ପାତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କୋର୍ଟର ସମସ୍ତ ଆଇନଜୀବୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Related posts

ବେସନ ନାଁରେ ବିକ୍ରି ହେଉଛି କୁକୁର ଖାଦ୍ୟ

mahabharatanews

ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଉପରେ କଟକଣା ପାଇଁ ଦାବି

mahabharatanews

ଶ୍ରୀମନ୍ଦିରର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ

mahabharatanews