ଓଡିଶା

ରାଜ୍ୟସ୍ତରୀୟ ନାଟକ ଉତ୍ସବ ଉଦ୍ୟାପିତ

ପାରାଦ୍ୱୀପ: ପାରାଦ୍ୱୀପ ଜୟଦେବ ସଦନ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତୀରୟ ନାଟକ ଉତ୍ସବ ଶନିବାର ସଂଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଓଡିଶା ନାଟକ ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପାରାଦ୍ୱୀପ ବନ୍ଦର ଓ କ୍ୟାନମାସ ମଳିତ ସହଯୋଗରେ ଆୟୋଜିତ ନାଟକ ଉତ୍ସବରେ ରାଜ୍ୟର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନର କଳାକାର ମାନେ ଗତ ୧୮ତାରିଖରୁ ପ୍ରତ୍ୟେକ ସଂଧ୍ୟାରେ ନାଟକ ମଞ୍ଚସ୍ଥ କରିଥିଲେ । ଉଦ୍ୟାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପାରାଦ୍ୱୀପ ବିଧାୟକ ସଂବିତ୍ ରାଉତରାୟ, ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ସଚୀବ ପ୍ରବୋଧ ରଥ ଯୋଗ ଦେଇଥିଲେ । ଶ୍ରୀମନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କ୍ୟାନମାସ, ପାରାଦ୍ୱୀପର କଳାକାର ମାନେ ଡ. ରମେଶ ଚନ୍ଦ୍ର ପାଣିଗ୍ରାହୀ ଙ୍କ ରଚିତ ଶ୍ରୀମନ ନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ସେ ମରିଗଲେ ମଞ୍ଚସ୍ଥ କରିଥିଲେ ।

Related posts

ଚେଁଗୁଆ ଗ୍ରାମବାସୀଙ୍କ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

mahabharatanews

ଆହୁରି ବଢିବ ତାତି ,ଅସ୍ତବ୍ୟସ୍ତ ଜନଜୀବନ 

mahabharatanews

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଭାଇଙ୍କର ଦେହାନ୍ତ…

mahabharatanews