ମନୋରଞ୍ଜନ

ହାତକୁ ଦି ହାତ ହେବେ ଅଭିନେତ୍ରୀ ଜାହ୍ନବୀ କପୁର

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ଆଜିକା ତାରିଖରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଲାଇମଲାଇଟରେ ଅଛନ୍ତି । ନିକଟରେ ଜାହ୍ନବୀ କପୁର ଅଜୟ ଦେବଗନଙ୍କ ଫିଲ୍ମ ମାଇଦାନର ସ୍କ୍ରିନିଂରେ ଯୋଗ ଦେଇଥିଲେ। ଯେଉଁଠି ତାଙ୍କ ବେକରେ ପନ୍ଧିଥିବା ହାର ଉପରେ ସମସ୍ତଙ୍କ ନଜର ରହିଥିଲା ଏବଂ ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ବାସ୍ତବରେ ଏଖିରେ ‘ଶିଖୁ’ ଲେଖାଯାଇଥିଲା । ଯାହା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ଅଭିନେତ୍ରୀ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଛନ୍ତି ।

ସୂଚନାନୁଯାୟୀ , ଯାହା ପରେ ଅଭିନେତ୍ରୀଙ୍କର ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେଉଛି ଯେଉଁଥିରେ ଅଭିନେତ୍ରୀ ତାଙ୍କ ବିବାହ ଯୋଜନା ବିଷୟରେ କହୁଥିବାର ଦେଖିବା ପାଇଁ ମିଳୁଛି । ଜାନଭୀ କପୁର ୨୦୨୧ ମସିହାରେ ବ୍ରାଇଡାଲ୍ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ କେଉଁ ପ୍ରକାର ବିବାହ କରିବାକୁ ଚାହୁଁଛନ୍ତି । ଅଭିନେତ୍ରୀ କହିଛନ୍ତି, ‘ମୋର ବିବାହ ଯୋଜନା ସବୁବେଳେ ସ୍ପଷ୍ଟ ରହିଛି ଏବଂ ମୁଁ ତିରୁପତିରେ ବିବାହ କରିବାକୁ ଚାହୁଁଛି। ଯାହା ଖୁବ୍ ଭଲ ମଧ୍ୟ । ଜହ୍ନବୀ କପୁର ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ବିବାହରେ କି ପ୍ରକାର ଲୁକ୍ ନେବା ପାଇଁ ଚାହୁଁଛନ୍ତି । ସେ କହିଛନ୍ତି, ମୁଁ ବିବାହରେ ଏକ ସୁନା ଜରୀ କଞ୍ଜୀବରାମ ଶାଢୀ ପିନ୍ଧିଥି ଏବଂ ମୁଣ୍ତରେ ଢେର୍ ସାରା ଗଜରା ଲଲାଗଇବି । ସେହିପରି ମୋ ସ୍ୱାମୀ ଲୁଙ୍ଗି ପିନ୍ଧିବେ । ସେହିପରି ସମସ୍ତେ ବିବାହରେ କଦଳୀ ପତ୍ରରେ ଖାଦ୍ୟ ଖାଇବେ । ସେ ଆହୁରି କହିଛନ୍ତି, ମୁଁ ପ୍ରାୟତଃ ତିରୁପତି ମନ୍ଦିର ଯାଏ, ମୋତେ ସେଠି ଖୁବ୍ ଭଲ ଲାଗେ ।

Related posts

ଶୀଘ୍ର ବିବାହ କରିବେ ସୁପରଷ୍ଟାର ପ୍ରଭାସ

mahabharatanews

ଗିରଫ ହେଲେ ଅଭିନେତ୍ରୀ ସୋଫିଆ

mahabharatanews

ଓଟିଟି ପ୍ଲାଟଫର୍ମରେ ଫିଲ୍ମ ବଡେ ମିଆଁ-ଛୋଟେ ମିଆଁ

mahabharatanews