(ମୁମ୍ବାଇ) : ଶାହରୁଖ ଖାନଙ୍କ ଫିଲ୍ମ ଯବାନ ପ୍ରଥମ ଦିନରୁ ଫ୍ୟାନ୍ସଙ୍କ ମନ ଜିଣିବାରେ ସଫଳ ହୋଇଛି । କିଙ୍ଗ୍ ଖାନଙ୍କ ସିନେମା ‘ଜୱାନ’ ପ୍ରତିଦିନ ଅନେକ ରେକର୍ଡ ବ୍ରେକ୍ କରିବାରେ ଲାଗିଛି । ତେବେ ୧୩ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା କ୍ଲବରେ ସାମିଲ୍ ହୋଇଛି ଏହି ସୁପରହିଟ୍ ଚଳଚ୍ଚିତ୍ର ।
ସୂଚନାନୁଯାୟୀ, ‘ଜୱାନରେ’ ଉଭୟ ଶାହାରୁଖ ଖାନଙ୍କ ଅଭିନୟ ଏବଂ ରୋମାନ୍ସ ଅତୁଳନୀୟ । ଏଥର ମଧ୍ୟ କିଙ୍ଗ୍ ଖାନ ତାଙ୍କ ଅଭିନୟ ଜରିଆରେ ଫ୍ୟାନ୍ସଙ୍କୁ ନିଜ ଦିୱାନା ବନାଇବାରେ ସଫଳ ହୋଇଛନ୍ତି । ଅଭିନେତା ସିନେମାରେ ପିତା ବିକ୍ରମ ରାଠୋର ଏବଂ ପୁଅ ଆଜାଦଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି ।