ନୂଆପଡାରେ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟ ଲାଭ । ବିଜେଡି-କଂଗ୍ରେସକୁ ପଛରେ ପକାଇ ୮୩,୭୪୮ ଖଣ୍ଡ ଭୋଟରେ ଜିଲିରେ ଜୟ ଢୋଲକିଆ । ବିଜେପି କୁ ମିଳିଛି ୧,୨୩,୮୬୯ ଭୋଟ । କଂଗ୍ରେସ ୪୦,୧୨୧ ଖଣ୍ଡ ଭୋଟ ପାଇ ଦିତ୍ୱୀୟରେ ଥିବା ବେଳେ ବିଜେଡିକୁ ୩୮,୪୦୮ ଖଣ୍ଡ ଭୋଟ ମିଳିଛି । ନୂଆପଡାରେ ବିଜେପିର ଦମାଦାର ବିଜୟ ପରେ ଖୁସିର ମାହୋଲ ଦେଖିବାକୁ ମିଲିଛି । ଜୟଙ୍କ ଭିତରେ ଖୁସି ନକହିଲେ ସରେ , ସେ ଆଜି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ସୂଚନା ରହିଛି ।
ଅନ୍ୟପଟେ, ବିଜେପିକୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । କହିଛନ୍ତି ବେଶି ଉଲ୍ଲସିତ ହେବା ବି ଦଳ ପାଇଁ ଖରାପ । ଏ କେବଳ ଗୋଟିଏ ଉପନିର୍ବାଚନର ଫଳାଫଳ ଥିଲା । ନବୀନ ନୂଆପଡ଼ା ନଯାଇଥିଲେ ତାଙ୍କ କ୍ରେଜ୍ ଆହୁରି ବଢ଼ିଥାଆନ୍ତା ଓ ବିଜେଡି ଅଧିକ ଭୋଟ ପାଇଥାଆନ୍ତା । ନିର୍ବାଚନ ରଣନୀତି ଦୃଷ୍ଟିରୁ ସେ ନୂଆପଡ଼ା ଯିବାର ନଥିଲା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପାଇଁ ଏକ ସୁଯୋଗ ଥିଲା । କଂଗ୍ରେସର ରଣନୀତି ଠିକ୍ ଥିବା ଭଳି ମୋର ଅନୁମାନ ହେଉନି । ଏଭଳି ଏକ ଉପନିର୍ବାଚନକୁ ଯେଭଳି ସାମ୍ନା କରିବା କଥା ସେଭଳି ସାମ୍ନା କରିନାହିଁ । କଂଗ୍ରେସ ଦଳ ଚାହିଥିଲେ ଆହୁରି ଭଲ ପ୍ରସ୍ତୁତି କରିପାରିଥାଆନ୍ତା ବୋଲି କହିଛନ୍ତି ବିଜୟ ମହାପାତ୍ର ।
