ଓଡିଶା

ପୁଣି ସେପ୍ଟେମ୍ବର ୩ରେ ହେବ ଜେଇ ମୁଖ୍ୟ ଲିଖିତ ପରୀକ୍ଷା

(ଭୁବନେଶ୍ୱର)  : ପ୍ରଶ୍ନପତ୍ର ଲିକ୍ ପରେ ଜେଇ(ସିଭିଲ୍‌) ମୁ୍ଖ୍ୟ ଲିଖିତ ପରୀକ୍ଷା ବାତିଲ୍‌ କରିଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି)। ଏଥିସହ ସେପ୍ଟେମ୍ବର ୩ରେ ପୁଣିଥରେ ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି।  ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାକୁ ବାତିଲ୍‌ କରାଯିବା ନେଇ ଓଏସ୍‌ଏସ୍‌ସି ଅଧ୍ୟକ୍ଷ ଅଭୟ ପ୍ରଥମେ ଟ୍ୱିଟ୍ କରି ସୂଚନା ଦେଇଥିଲା। ଏହାପରେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସୂଚାନନୁଯାୟୀ, ବାଲେଶ୍ୱର ଏସ୍‌ପି ସାଗରିକା ନାଥ ଆଜି ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରୁ ଗିରଫ ୯ଜଣ ଯୁବକଙ୍କୁ ରିମାଣ୍ଡରେ ଆଣିଥିଲୁ। ପଚରାଉଚରା ପରେ ସେମାନେ ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସାମିଲ ଥିବା ସ୍ୱୀକାର କରିଛନ୍ତି। ସେମାନେ ପ୍ରଶ୍ନପତ୍ର ପିଛା ପିଲାଙ୍କଠାରୁ ୮ରୁ ୧୦ ଲକ୍ଷ ନେଉଥିଲେ।

Related posts

୧୫ତମ ପାତାଳୀ ମହୋତ୍ସବ ଉଦଘାଟିତ

mahabharatanews

ଜାତୀୟ ରାଜପଥ ୨୬ର ଶଗଡା ନଦୀ ପୋଲ ନିକଟରେ ଦୁର୍ଘଟଣା ଜଣେ ଗୁରୁତର

mahabharatanews

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

mahabharatanews