ଓଡିଶାଶିକ୍ଷା

ଜେଇଇ ମେନ୍ ୨୦୨୦: ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପର

(ନୂଆଦିଲ୍ଲୀ): ଶୁକ୍ରବାର ରାତିରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ପ୍ରକାଶ ପାଇଛି ଜେଇଇ ମେନ୍ ପରୀକ୍ଷାଫଳ । ଏଥିରେ ଓଡିଶାରୁ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ତେବେ ସେ ୯୯.୯୯ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି ଏବଂ ୩୪ତମ ସ୍ଥାନ ହାସଲ କରିଛନ୍ତି । ସେହିପରି ଓଡ଼ିଶାର ସ୍ଥିତିପ୍ରଜ୍ଞା ସାହୁ ଦ୍ବିତୀୟ ଟପ୍ପର ହୋଇଥିବା ଜଣାପଡ଼ିଛି । ଚଳିତ ବର୍ଷ ଜେଇଇ ମେନ୍‌ର ୨୪ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି । ସେହିପରି ତେଲେଙ୍ଗାନାରେ ୮ଜଣ ପରୀକ୍ଷାର୍ଥୀ ଟପ୍ପର ହୋଇଥିାବ ବେଳେ ଦିଲ୍ଲୀରୁ ୫ ଜଣ, ରାଜସ୍ଥାନରୁ ୪ ଜଣ, ଆନ୍ଧ୍ର ପ୍ରଦେଶରୁ ୩ ଜଣ, ହରିୟାଣାରୁ ୨ ଜଣ ପରୀକ୍ଷାର୍ଥୀ ଟପ୍ପର ହୋଇଛନ୍ତି । ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି । ତେବେ ପରୀକ୍ଷା ସମାପ୍ତ ହେବାର ମାତ୍ର ୪ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । ଯାହାକୁ ନେଇ ପରୀକ୍ଷାର୍ଥୀ ମାନେ ଖୁସି ଅଛନ୍ତି । ଛାତ୍ରଛାତ୍ରୀଙ୍କୁ ଟ୍ବିଟ୍‌ ଯୋଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍‌ରିୟାଲ୍‌ ଶୁଭେଚ୍ଛା ଜଣାଇଛନ୍ତି ।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩କଳାକାର ମୃତ

mahabharatanews

ଟ୍ରକ ଦୂର୍ଘଟଣାରେ ଯୁବକ ମୃତ, ତିନି ଆହତ

mahabharatanews

 ରାଜ୍ୟରେ କାଳବୈଶାଖୀ ନେଇ ସତର୍କତା ଜାରି

mahabharatanews