ମନୋରଞ୍ଜନ

କର୍କଟର ୪ର୍ଥ ଷ୍ଟେଜରେ ଜି‌ତେନ୍ଦ୍ର ଓ ସଚିନଙ୍କୁ ଭେଟିବାକୁ ଇଚ୍ଛା 

(ମୁମ୍ବାଇ) : ବହୁ ଲୋକପ୍ରିୟ ଅଭିନେତା ଜୁନିଅର ମେହମୁଦ୍ ୪ର୍ଥ ପର୍ଯ୍ୟାୟର ଯକୃତ ଏବଂ ଫୁସଫୁସ କର୍କଟରେ ପୀଡିତ।ନିକଟରେ ତାଙ୍କୁ ଭେଟିଛନ୍ତି ବଲିଉଡ୍‌ର ଅନ୍ୟତମ ୨ ଲୋକପ୍ରିୟ କଳାକାର ଜିତେନ୍ଦ୍ର ଏବଂ ସଚିନ ପିଲ୍‌ଗାଓଁକର୍‌। ଜୁନିଅର ମେହମୁଦଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହୋଇ ହୋଇ ଚାଲିଥିବା ବେଳେ ସେ ଏହି ଦୁଇ କଳାକାରଙ୍କୁ ଭେଟିବାକୁ ନିଜର ଇଛା ପ୍ରକାଶ କରିଥିଲେ।

ତାଙ୍କର ସେହି ଇଛାକୁ ଜି‌ତେନ୍ଦ୍ର ଓ ସଚିନ ପୂରା କରିଛନ୍ତି। ନଭେମ୍ବରରେ ମେହମୁଦ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ସେବେଠାରୁ ସେ ଚିକିତ୍ସିତ ହେଉଛନ୍ତି। ସେ ଏହି ଦୁଇ ଜଣଙ୍କୁ ଭେଟିବାକୁ ଚାହାନ୍ତି ବୋଲି ଖବର ପାଇବା ପରେ ଦୁହେଁ ମଙ୍ଗଳବାର ସକା‌ଳେ ଜୁନିଅର ମେହମୁଦଙ୍କୁ ଭେଟିବାକୁ ତାଙ୍କ ନିକଟରେ ପହଞ୍ଚିଥିଲେ। ଏପରିକି ପିଲାଦିନର ବନ୍ଧୁ ସଚିନ ନିଜ ଆଡୁ ଜୁନିଅର ମେହମୁଦଙ୍କୁ ସହଯୋଗର ହାତ ବଢ଼ାଇ କ’ଣ ସାହାଯ୍ୟ ଦରକାର ବୋଲି ପଚାରିଥିଲେ। ହେଲେ ମେହମୁଦଙ୍କ ପିଲାମାନେ ସାହାଯ୍ୟ ନେବାକୁ ମନା କରିବା ସହ ତାଙ୍କ ବାପାଙ୍କ ପାଇଁ କେବଳ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ।

Related posts

ରିଲିଜ୍ ହେଲା ଆଦିପୁରୁଷର ଗୀତ ‘ରାମ ସିଆ ରାମ’

mahabharatanews

୧୬କେଜି ଓଜନ କମାଇଲେ ଏହି ଦିଲୀପ ଜୋସି

mahabharatanews

ନିରବି ଗଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

mahabharatanews