ମନୋରଞ୍ଜନ

ନିରବି ଗଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

(ଭୁବନେଶ୍ୱର) : ଆଉ ନାହାନ୍ତି ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ । ତେବେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଆଜି ପୁରୀରେ ଶେଷକୃତ୍ୟ ହେବ ବୋଲି ତାଙ୍କ ସ୍ୱାମୀ କହିଛନ୍ତି ।

ସୂଚନାନୁଯାୟୀ , ଶାନ୍ତିଲତା ବାରିକ ଜଣେ ଜଣାଶୁଣା ଓଡ଼ିଆ ଭଜନ ଗାୟିକା । ସେ ଓଡ଼ିଆ ଭାଷାରେ ତାଙ୍କର ଭକ୍ତି ସଙ୍ଗୀତ ପାଇଁ ପରିଚିତ । ଶାନ୍ତିଲତା ବାରିକ ବିଭିନ୍ନ ଭଜନ ସଙ୍ଗୀତ ଜରିଆରେ ତାଙ୍କର ହୃଦୟସ୍ପର୍ଶୀ ଉପସ୍ଥାପନା ପାଇଁ ଘରେ ଘରେ ପରିଚିତ । ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି । ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ କୃଷ୍ଣଙ୍କ ଲାଗି ସମର୍ପଣ କରିଥାନ୍ତି ।

Related posts

ଆଉ ନାହାନ୍ତି ମିଥୁନ ଚକ୍ରବର୍ତ୍ତୀଙ୍କ ମା’ 

mahabharatanews

 ଚର୍ଚାରେ ବଚ୍ଚନ ପରିବାରର ହୋଲି ପାର୍ଟି

mahabharatanews

ରକ୍ଷାବନ୍ଧନରେ ଭେଟି , ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’ର ଟ୍ରେଲର

mahabharatanews