ଭାରତ

‘କାହା ପାଖରେ ରହିବି ଚିନ୍ତା କରିନାହିଁ’ ; ଅଞ୍ଜୁ 

 (ଦିଲ୍ଲୀ)  : ପୁଣି ଚର୍ଚାରେ ଘରଲୋକଙ୍କୁ ମିଛକଥା କହି ବିବାହିତ ମହିଳା ପାକିସ୍ତାନର ପ୍ରେମିକଙ୍କ ପାଖକୁ ଚମ୍ପଟ ମାରିଥିଲେ ଅଞ୍ଜୁ । କିଛିଦିନ ମଧ୍ୟରେ ଭାରତ ଫେରି ଆସିବେ ବୋଲି ତାଙ୍କ ଘରଲୋକଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ଅଞ୍ଜୁ ଓରଫ ଫାତିମା ନଭେମ୍ବର ୨୯ ତାରିଖରେ ଭାରତ ଫେରି ଆସିଛନ୍ତି। ନିକଟରେ ଅଞ୍ଜୁଙ୍କୁ  ଏକ ସାକ୍ଷାତକାର ସାକ୍ଷାତକାରରେ ଅଞ୍ଜୁ ଯେଉଁସବୁ କଥା କହିଛନ୍ତି ଆପଣମାନେ ବି ଶୁଣି‌ଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଅଞ୍ଜୁ ସାକ୍ଷାତକାର ସମୟରେ କହିଥିଲେ, ‘ବର୍ତ୍ତମାନ ମୁଁ ଦିଲ୍ଲୀରେ ଅଛି। ଏହା ପୂର୍ବରୁ ହରିୟାଣାରେ ଥିଲି। ଯେଉଁମାନେ କହୁଛନ୍ତି କି ପିଲାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ ଏହା ମିଥ୍ୟା ଅଟେ। କାରଣ ମୋର ପିଲାଙ୍କ ସହିତ ଯୋଗାଯୋଗ ଅଛି। ସେମାନେ ମୋ ସହିତ କଥା ବି ‌ହେଉଛନ୍ତି। ଏମିତି କି ଅରବିନ୍ଦ ସହ ବି ମୁଁ କଥା ହେଉଛି। ଆମ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେବ ନା ନାହିଁ ଏହା ଆମର ବ୍ୟକ୍ତିଗତ କଥା। ଯାହାକୁ ମୁଁ ଆପଣମାନଙ୍କୁ ଜଣାଇ ପାରିବି ନାହିଁ। ଯାହାବି ହେବେ ଆପଣମାନେ ନିଶ୍ଚୟ ଜାଣିବେ। ମୁଁ ଆଗାମୀ ଦିନରେ ଅରବିନ୍ଦ କି ନସରୁଲ୍ଲାହ କାହା ପାଖରେ ରହିବି ସେନେଇ ଏଯାବତ କିଛି ସ୍ପଷ୍ଟ ହୋଇନାହିଁ। ବାସ ଏତିକି ପ୍ରାର୍ଥନା ସବୁ ସମସ୍ୟାର ସମାଧାନ ହୋଇଗଲେ ମୁଁ ଭାରତ ଓ ପାକିସ୍ତାନ ଛାଡ଼ି ଦୁବାଇ ଚାଲିଯିବି।  ସେଠାରେ ମୋର ପିଲାଙ୍କୁ ଧରି ବସବାସ କରିବି। କାରଣ ଦୁବାଇ ହେଉଛି ‌ମୋର ସ୍ବପ୍ନର ସହର।’

 

 

 

Related posts

ଆଇପିଏଲ୍ ମହାସମରରେ ଶୀର୍ଷରେ RCB

mahabharatanews

ଯୌନ ଉତ୍ପୀଡନ ପ୍ରସଙ୍ଗ: ବମ୍ବେ ହାଇକୋର୍ଟଙ୍କ ରାୟ ଖାରଜ

mahabharatanews

କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

mahabharatanews