ଭାରତ

ଦେଶରେ JN-1 ମାମଲା; ମୋଟ ସଂଖ୍ୟା ୧୯୬କୁ ବୃଦ୍ଧି

(ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦେଶରେ କୋଭିଡ -୧୯ ମାମଲା । ଏହା ସହିତ, କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ JN-1 ସଂକ୍ରମଣର ମାମଲା ମଧ୍ୟ ବୃଦ୍ଧି ପାଉଛି । ଏହି ସମୟରେ, ସୋମବାର (ଜାନୁୟାରୀ ୧) ରେ JN-1 ମାମଲାର ମୋଟ ସଂଖ୍ୟା ୧୯୬ ରେ ପହଞ୍ଚିଛି । ଦେଶରେ ଏପର୍ଯ୍ୟନ୍ତ ୧୯୬ ଟି କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ JN-1 ମାମଲା ଚିହ୍ନଟ ହୋଇଛି ।

ସୂଚନାନୁଯାୟୀ , ଓଡିଶାରେ ମଧ୍ୟ ନୂଆ ଭେରିଆଣ୍ଟ ଚିହ୍ନଟ ହୋଇଛି । ଏହା ସହିତ ଓଡିଶା ସେହି ରାଜ୍ୟରେ ଗୁଡ଼ିକରେ ସାମିଲ ହୋଇଛି ଯେଉଁଠାରେ ଜେଏନ-୧ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଏହି ଭାରିଆଣ୍ଟ ସଂକ୍ରମଣ କଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କେରଳରୁ ସର୍ବାଧିକ ୮୩ ଟି JN-1 ମାମଲା ରିପୋର୍ଟ ହୋଇଛି । ଏହା ପରେ ଗୋଆରେ ୫୧, ଗୁଜୁରାଟରେ ୩୪, କର୍ଣ୍ଣାଟକରେ ୮, ମହାରାଷ୍ଟ୍ରରେ ୭, ରାଜସ୍ଥାନରେ ୫, ତାମିଲନାଡୁରେ ୪, ତେଲେଙ୍ଗାନାରେ ୨ ଏବଂ ଓଡିଶା ଏବଂ ଦିଲ୍ଲୀରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି ।

Related posts

ଚଳନ୍ତା ଟ୍ରେନରେ ଗୁଳିମାଡ଼ରେ ଗଲା ୪ ଜୀବନ 

mahabharatanews

ପ୍ରସୂତି ମହିଳାଙ୍କ ଲାଗି ଖୁସି ଖବର

mahabharatanews

ଗିରଫ ହେଲେ ଆପ୍ ନେତା ଦୀପେଶ 

mahabharatanews