(ଢେଙ୍କାନାଳ) : ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମାଗାଦି ପୀଠ । ଯୋରନ୍ଦା ମହିମାଗାଦି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହେଲାଣି । ଆଉ ଖୁବ୍ ସୁନ୍ଦର ଦେଖା ଯାଉଛି ଯୋରନ୍ଦା ପୀଠ । ମାଘ ମେଳା ଏଠାରେ ଅନନ୍ୟ । ୨୨ରୁ ୨୪ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥାମାନ ମଧ୍ୟ କରାଯାଇଛି ।
ସୂଚନାନୁଯାୟୀ , ମାଘମାସରେ ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ସେଥିପାଇଁ ସଜେଇ ହେଲାଣି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦୀ ପୀଠ । ଯୋରନ୍ଦା ମହିମାଗାଦୀ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହେଲାଣି । ବିଶ୍ୱର ମଙ୍ଗଳ କାମନା ଉଦ୍ଦେଶ୍ୟରେ ୨ ଦିନ ଧରି ଜଳିବ ଝାଡଦୀପ। ସୂର୍ଯ୍ୟଙ୍କୁ ପୂଜାରୁ ନେଇ ସମସ୍ତ ନୀତି ପାଳିବେ ମହିମାଧର୍ମୀ ମାନେ । ଏହି ଅବସରରେ ମୁଖ୍ୟ ଆକର୍ଷଣ ପାଲଟିବ ଝାଡଦୀପ । ମହଣ ମହଣ ଘିଅରେ ଆହୂତି ଦିଆଯିବ । ଚଳିତ ବର୍ଷ ୪ଲକ୍ଷ ଭକ୍ତ ସମାଗମ ହେବାକୁ ଥିବାବେଳେ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।