(ଯୋଡା): ଜଣେ ଚମ୍ପୁଆ ଥାନା କରଞ୍ଜିଆର ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ଜଣକ ଏକ ପ୍ରମୁଖ ଖବରକାଗଜର ସାମ୍ବାଦିକ ବୋଲି ଜଣାପଡିଛି । ଦୂବୃର୍ତ୍ତମାନେ ତାଙ୍କ ମୁଣ୍ଡକୁ ବନ୍ଧୁକରେ ପିଟି ମରଣାନ୍ତକ ଆକ୍ରମଣ କରିବା ପରେ ସେଠାରୁ ଖସି ପଳାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ୭.୪୫ରେ ସାମ୍ବାଦିକ ଜଣଙ୍କ ସଉଦା ନେଇ ଉର୍ତ୍ତୀ ଛକରୁ ସ୍କୁଟିରେ ସରେଇ ସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ନିକଟ ଆମ୍ବ ତୋଟା ନିକଟରେ ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଅଟକାଇ ଥିଲେ । ପରେ ତାଙ୍କ ଉପରକୁ ବନ୍ଧୁକ ଉଠାଇଥିଲେ । ଏହି ସମୟରେ ଉକ୍ତ ସାମ୍ବାଦିକ ଜଣକ ବାଧା ଦେବାରୁ ଦୁର୍ବୃତ୍ତ ଦୁଇଜଣ ତାଙ୍କୁ ବନ୍ଧୁକରେ ନିସ୍ତୁକ ମାଡ ମାରିଥିଲେ।ବନ୍ଧୁକ ମାଡରେ ସାମ୍ବାଦିକଙ୍କ ହାତର ଗୋଟିଏ ଆଙ୍ଗୁଳି ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଘଟଣାସ୍ଥଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଚମ୍ପୁଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
previous post
next post