ଓଡିଶା

ପ୍ରଥମ ବର୍ଷାରେ ତୁରୀ ନଦୀ ପୋଲ ଭୁଶୁଡିଲା

ନବରଙ୍ଗପୁର: ବର୍ଷା ଋତୁ ଆରମ୍ଭ ହେଉ ନ ହେଉଣୁ ଭୁଶୁଡି ପଡିଲା ପୋଲ । ନବରଙ୍ଗପୁର ବଡ ମସିଗାଁ ପୋଲ ବର୍ଷା ଆରମ୍ଭରୁ ଭୁଶୁଡି ପଡିଲା । ଫଳରେ ନବରଙ୍ଗପୁରରୁ କସାଗୁମୁଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି । ଏବେ ଅଞ୍ଚଳ ବାସୀ ଯାତାୟାତ ପାଇଁ ସମସ୍ୟାର ସମ୍ମୁଖୀନ ହେବେ ।
ନବରଙ୍ଗପୁର ତୁରୀ ନଦୀ ଉପରେ ଏକ ପୋଲ ୪୦ ବର୍ଷ ତଳେ ନିର୍ମାଣ ହୋଇଥିଲା । ପ୍ରଥମ ବର୍ଷାରେ ପୋଲଟି ଭୁଶୁଡି ପଡିଥିବା ଜଣାପଡିଛି । ପୋଲଟି ପୁରୁଣା ହୋଇଯାଇଥିବାରୁ ତାହା ବର୍ଷା ଯୋଗୁଁ ଭୁଷୁଡି ପଡିଥିବା କୁହାଯାଉଛି । ପୋଲ ଭୁଷୁଡିବା ଯୋଗୁଁ ନବରଙ୍ଗପୁର ଓ କସାଗୁମୁଡା ମଧ୍ୟରେ ଯୋଗାଯାଗ ବିଚ୍ଛିନ୍ନ ହୋଇଛି । ତୁରନ୍ତ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Related posts

ପାଣିକୋଇଲି ଠାରେ ଆଜି ଉତ୍କଳ ଦିବସ ତଥା ପୋଲିସ ଦିବସ ପାଳନ ହୋଇଛି ।

mahabharatanews

ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନର ନୂଆ ମାଇଲଖୁଣ୍ଟ

mahabharatanews

୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

mahabharatanews