ଓଡିଶାଭାରତସ୍ୱାସ୍ଥ୍ୟ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ନିଜକୁ ଫିଟ ରଖିବା ପାଇଁ ସମସ୍ତେ ଚାହୁଁଛନ୍ତି । ତେବେ ଅନିୟମିତ ହେତୁ ଆଜିକାଲି ବିଭନ୍ନ ପ୍ରକାରର ରୋଗ ସାମ୍ନାକୁ ଆସୁଛି  । କିନ୍ତୁ ଏହି ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଆମକୁ ନିଜକୁ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ସହ ଯୋଗ ଅଭ୍ୟାସ କରିବା ପାଇଁ ପଡିବ । ତେବେ ଯାଇ ଆମେ ସୁସ୍ଥ ଜୀବନ ବିତେଇପାରିବ । ଯୋଗର ଆଠଗୋଟି ଅଙ୍ଗକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ । ସେଗୁଡିକ ହେଲା – ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା ଧ୍ୟାନ ଓ ସମାଧି । ଏଥିରେ ଯେଉଁ ଆସନ ଓ ପ୍ରାଣାୟମ କଥା କୁହାଯାଇଛି ଯାହା ସାଧାରଣ ଆଜିକାଲି ଆମେ ବିଭିନ୍ନ ସ୍ଥାନରେ ଦେଖିବାକୁ ପାଇଥାଉ ।

 

ଯୋଗ ଦ୍ୱାରା ଶାରୀରିକ ଉପକାର ହେବା ସହିତ ଆମର ମାନସିକ ଅଭିବୃଦ୍ଧି ମଧ୍ୟ ଘଟିଥାଏ । ଏହା କେବଳ ଏହି ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ହୋଇଥାଏ । ତେଣୁ ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ନିଜ ପ୍ରତି ବିଶ୍ୱାସ ହରାଇନଥାଏ । ବାରମ୍ବାର ଯୋଗ କରିବା ଦ୍ୱାରା ନିଜର ମନୋବଳ ବୃଦ୍ଧି ହୋଇଥାଏ । ଯୋଗ ଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଅନୁଭବ ସୃଷ୍ଟି ହୋଇଥାଏ ।ଆସନ ଓ ପ୍ରାଣାୟାମ ଦ୍ୱାରା ରକ୍ତଚାପ ସନ୍ତୁଳିତ ହୋଇଥାଏ ।

 

Related posts

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

୫ଦିନ ଯାଏଁ ରାଜ୍ୟରେ ବର୍ଷିବ  

mahabharatanews

ଶିମିଳିପାଳ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜିନ୍ନତ୍

mahabharatanews