ଓଡିଶା

ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ଟିକା

ରାଇରଙ୍ଗପୁର: କରୋନାର ଦ୍ୱିତୀୟ ଲହର ଜନିତ ସଂକ୍ରମଣ ପରିସ୍ଥିତିରେ ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଆଗଧାଢିର କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ମୟୁରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ବାଜଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଉପଖଣ୍ଡର ସମସ୍ତ ସହରାଞ୍ଚଳ, ଗ୍ରାମାଞ୍ଚଳର ପ୍ରିଣ୍ଟିଂ ମିଡିଆ, ବୈଦ୍ୟୁତିକ ମିଡିଆ ସାମ୍ବାଦିକମାନଙ୍କୁ ଆଜି ପୂର୍ବାହ୍ନ ୧୧ଘଟିକାରେ କୋଭିଡର ପ୍ରଥମ ଡୋଜ ଟିକାର ବ୍ୟବସ୍ଥା ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ/ଭାରାପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଧର୍ମେନ୍ଦ୍ର ଶତପଥୀ ଶୁଭ ଉଦଘାଟନ କରିଥିଲେ । ତାଙ୍କ ସହିତ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ସାଗର ନାଏକ ଏବଂ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତ୍ୟୁଷ ମିଶ୍ର ଏବଂ ବହୁ ସମ୍ବାଦିକ ସାମିଲ ହୋଇଥିଲେ ।କୋଭିଡ ସମୟରେ ସାମ୍ବାଦିକମାନେ ଜୀବନକୁ ପାଣି କରି ଦିର୍ଘ ଏକ ବର୍ଷକରୁ ଉର୍ଦ୍ଧ ହେଲା ନିରବର୍ଛିନ୍ନ ଭାବେ ସଠିକ ଖବର ପରିବେଷଣ କରିବା ଉଦ ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀ କହିଥିଲେ । ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ସାଗର ନାଏକ ସାମ୍ବାଦିକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ । ସାମ୍ବାଦିକ ଯୁଧିଷ୍ଠିର ପରିଡା, ତୁଷାରକାନ୍ତ ମହାନ୍ତ,ସେକ୍ ସଦ୍ଦାମ,ସଂଜୟ ପରିଡା,ଜିତେନ୍ଦ୍ର ଅଗ୍ରଓ୍ବାଲ,ମେଘନାଦ ହେମ୍ବ୍ରମ, ସୁମିତ ଦାସ, ଜଗତ ରଂଜନ ବେହେରା,ରୂପକ ମହାନ୍ତି,ଶଙ୍କର ମହାନ୍ତ,ତ୍ରିଲୋଚନ ମହାନ୍ତ,କେଶବ ମହାନ୍ତ, ରାଜେନ୍ଦ୍ର ମହାନ୍ତ,ମାନସ ମହାନ୍ତ,ବସନ୍ତ ଷାଣ୍ଡିଲ ସମେତ ବହୁ ସାମ୍ବାଦିକ ଟିକା ନେଇଥିଲେ ।ସେହିଭଳି ସାମ୍ବାଦିକ ସତ୍ୟନାରାୟଣ ପାଲ୍, ଅକ୍ଷୟ ବିଶ୍ବାଳ,ଅନଶନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଟିକା ନେଉଥିବା ସାମ୍ବାଦିକମାନଙ୍କୁ ଉତ୍ସାହିତ କରିଥିଲେ ।

Related posts

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି, କାଳିଆ ହିତାଧିକାରୀ ପାଇବେ ୨ହଜାର ଟଙ୍କା

mahabharatanews

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଟୁଇଟ

mahabharatanews