ଓଡିଶା

ଦୁଇ ବାଇକ ମୁହାଁମୁହିଁ ଧକ୍କା ଦୁଇ ଜଣ ଗୁରୁତର

ଭୁବନ/କଳ୍ପତରୁ ଜେନା: ଭୁବନ ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା। ଭୁବନର ବାରିଜଙ୍ଗ ଛକ ନିକଟରେ ଦୁହିଁଙ୍କର ମୁହାଁମୁହିଁ ଧକା ହୋଇଥିଲା । ଦୁର୍ଘଟଣାରେ ଦୁଇ ଜଣଙ୍କର ହାତ ଗୋଡ ଭାଙ୍ଗିଥିବା ଜଣାପଡିଛି। ଉଭୟ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁସାରେ ଭୁବନ ଥାନା ଅନ୍ତର୍ଗତ ବାରିଜଙ୍ଗ ଗ୍ରାମର ଗଣେଶ୍ବର ନାୟକ ୪୦ ବର୍ଷ କାମ ସାରି ନିଜ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଗନ୍ଦିଆ ଥାନା ଅନ୍ତର୍ଗତ ସନ୍ତପୁର ଗ୍ରାମର କ୍ଷେତ୍ରବାସୀ ଦେହୁରୀ ୫୦ ବର୍ଷ ସହିତ ମୁଁହାମୁଁହି ଧକ୍କା ହୋଇଥିଲା। ତେବେ ଘଟଣାସ୍ଥଳରୁ ଗଣେଶ୍ବରଙ୍କୁ ଏକ ଆମ୍ବୁଲାନସ ଦ୍ବାରା ଭୁବନ ମେଡିକାଲରେ ଭର୍ତ୍ତୀ କରାଯାଇଥିବା ବେଳେ କ୍ଷେତ୍ରବାସୀଙ୍କୁ ଭୁବନ ପୋଲିସ ନିଜ ଭ୍ୟାନ ଯୋଗେ ମେଡିକାଲରେ ଭର୍ତ୍ତୀ କରାଇଥିଲେ। ତେବେ ଦୁହେଁ ଗୁରୁତର ଥିବାରୁ ଡାକ୍ତର ମନୋଜ କୁମାର ମହାନ୍ତି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।

Related posts

ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ, ସର୍ବସାଧାରଣ ଦର୍ଶନ ବନ୍ଦ

mahabharatanews

ଯୁବକଙ୍କୁ ଟାଣି ନେଲା କୁମ୍ଭୀର

mahabharatanews

ଚାଲିଗଲେ ନନ୍ଦ ସାର

mahabharatanews