ଓଡିଶାଭାରତରାଜନୀତି

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ

ରାଇରଙ୍ଗପୁର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ ଦେଖାଦେଇଛି ।ଏହାଛଡା ରାଇରଙ୍ଗପୁର ଅଞ୍ଚଳ ମଧ୍ୟ ଉତ୍ସବ ମୁଖର ହୋଇପଡିଛି । ଅଞ୍ଚଳରେ ଭୋଜି ଭାତର ଆସର ସହିତ ମିଠା ବଣ୍ଟାଯାଉଛି । ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଅଞ୍ଚଳରେ ପାରମ୍ପରିକ ବାଜା ବାଦ୍ୟର ତାଳେ ତାଳେ ଲୋକମାନେ ନାଚଗୀତ କରୁଛନ୍ତି । ଖାଲି ରାଇରଙ୍ଗପୁର ନୁହେଁ ସାରା ରାଜ୍ୟରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବିଜେପି ଓ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଦୁଇ ଦଳର ନେତାମାନେ ବାଜା ବାଣ ବଜାଇ ଓ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି । ଏହା ପ୍ରଥମ ରାଉଣ୍ଡର ଗଣତି ସୁଦ୍ଧା ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଠାରୁ ଶ୍ରୀମତୀ ମୁର୍ମୁ ଆଗରେ ରହିଛନ୍ତି । ତେବେ ପ୍ରଥମ ରାଉଣ୍ଡ ଭୋଟ ଗଣତି ଏବେ ଶେଷ ହୋଇଯାଇଛି। ପ୍ରଥମେ ସଂସଦରେ ଗ୍ରହଣ ହୋଇଥିବା ଭୋଟ ଗଣତି ହୋଇଛି। ଏବେ ଏହା ଶେଷ ହୋଇଛି। ଏହାପରେ ସବୁ ରାଜ୍ୟର ଅର୍ଥାତ ବିଧାୟକମାନଙ୍କ ଦ୍ୱାରା ଦିଆଯାଇଥିବା ଭୋଟ ଗଣତି ଆରମ୍ଭ ହେବ। ସଂସଦ ଭବନରେ ୧୮ ତାରିଖରେ ମୋଟ ୭୬୩ ଜଣ ଭୋଟ ଦେଇଥିଲେ। ୭୪୮ ବୈଧ ଭୋଟ ସଂଖ୍ୟା ରହିଛି। ସେହିପରି ୧୫ଟି ଭୋଟ ନାକଚ ହୋଇଯାଇଛି। ୭୪୮ ଭୋଟର ମୋଟ ମୂଲ୍ୟ ୫,୨୩,୬୦୦।
୭୪୮ ଭୋଟ ମଧ୍ୟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଛି। ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି। ୭୨ ପ୍ରତିଶତ ଭୋଟ ମୁର୍ମୁଙ୍କୁ ମିଳିଛି ପ୍ରଥମ ରାଉଣ୍ଡରେ। ମୁର୍ମୁଙ୍କୁ ମିଳିଥିବା ସାଂସଦଙ୍କ ଭୋଟର ମୋଟ ମୂଲ୍ୟ ୩,୭୮,୦୦୦ ଅଟେ। ଯେତବେଳେ କି ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧,୪୫,୬୦୦ ରହିଛି। ତେବେ ଦ୍ୱିତୀୟ ପର୍ୟ୍ୟାୟରେ ୧୦ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି ଆରମ୍ଭ ହେବ। ଆଲଫାବେଟ କ୍ରମରେ ରାଜ୍ୟମାନଙ୍କରେ ଭୋଟ ଗଣତି ହେବ। ଏହା ପରେ ଆଗାମୀ ୧୦ ରାଜ୍ୟରେ ବିଧାୟକଙ୍କ ଭୋଟ ଗଣତି ହେବ।
ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ଫଳାଫଲ ମଧ୍ୟ ସେହିପରି ଆସୁଛି। ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ଦ୍ରୌପଦୀ ମୁର୍ମୁଙ୍କ ଗାଁ ମାଟି ରାଇରଙ୍ଗପୁରରେ ମଧ୍ୟ ଭିଡ଼ ଜମିବାରେ ଲାଗିଛି। ପାରମ୍ପରିକ ନୃତ୍ୟ ଗୀତରେ ଗାଁରେ ଆସର ଜମିଛି। ବିଜୟ ଉତ୍ସବ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଗାଁରେ କରାଯାଇଛି। ଲୋକମାନେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରିଛନ୍ତି।

Related posts

ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

mahabharatanews

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀ ଶିବିର

mahabharatanews

ସଜେଇ ହେଉଛି ଲିଙ୍ଗରାଜ ପୀଠ 

mahabharatanews