ଓଡିଶା

ପୁଣି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

(ଭୁବନେଶ୍ୱର) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ୫ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି। ଏନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭୁବନେଶ୍ବରରେ ଦଳର ତୁଙ୍ଗ ନେତାମାନଙ୍କ ସହ ନିର୍ବାଚନ ପ୍ରଚାର ନେଇ ଆଲୋଚନା କରିବେ।

ସୂଚନାନୁଯାୟୀ , ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏପ୍ରିଲ ୨୮ ତାରିଖରେ ଓଡିଶା ଆସି ହାଇ ଭୋଲ୍ଟେଜ ପ୍ରଚାର କରିଥିଲେ।ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକବିହାରରେ ବିଜେପିର ‘ବିଜୟ ସଂକଳ୍ପ’ ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ରାଜ୍ୟ ସରକାରକୁ ସିଧାସଳଖ ଟାର୍ଗେଟ କରିଥିଲେ। ଶ୍ରୀ ନଡ୍ଡା କହିଥିଲେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ରହିଥିବା ୭ଟି ବିଧାନସଭାର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ।

Related posts

ଜରଡାରେ ବିଶ୍ୱ କଲ୍ୟାଣ ମହାଯଜ୍ଞ ଆରମ୍ଭ

mahabharatanews

ହରଡ଼ଗଣାରେ ଶୌଚାଳୟ କର୍ମଚାରୀ, ଠିକାସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ- ସିଏମସି ମେୟର

mahabharatanews

ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କର୍ମୀ ସମ୍ମିଳନୀ

mahabharatanews