(ଦିଲ୍ଲୀ) : ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡା ରାଜ୍ୟସଭା ସଦସ୍ୟ ପଦ ଛାଡ଼ିଲେ । ସେ ହିମାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ପଦ ଛାଡ଼ିଲେ । ନଡ୍ଡାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟସଭା ଅଧ୍ୟକ୍ଷ । ନିକଟରେ ନଡ୍ଡା ମଧ୍ୟ ଗୁଜୁରାଟରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏଣୁ ସେ ଗୁଜରାଟରୁ ରାଜ୍ୟସଭା ସାଂସଦ ପଦ ବଜାୟ ରଖିବାକୁ ହିମାଚଳ ଆସନକୁ ଛାଡ଼ିଦେଇଛନ୍ତି ।
ସୂଚନାନୁଯାୟୀ, ନଡ୍ଡା ଗତ ଫେବୃଆରୀ ୨୦ ରେ ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଫଳରେ ସେ ହିମାଚଳ ପ୍ରଦେଶ ଆସନରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିବା ଆଶା କରାଯାଉଥିଲା । ତେବେ ହିମାଚଳରୁ ନଡ୍ଡାଙ୍କ କାର୍ଯ୍ୟକାଳ ଆଉ ୧୪ ଦିନ ବାକି ଥିଲା, କିନ୍ତୁ ଏହା ପୂର୍ବରୁ ନଡ୍ଡା ରାଜ୍ୟସଭା ସଭାପତିଙ୍କ ନିକଟରେ ସେ ନିଜର ଇସ୍ତଫା ପତ୍ର ଦାଖଲ କରିସାରିଛନ୍ତି । ତାଙ୍କ ଇସ୍ତଫାକୁ ମାର୍ଚ୍ଚ ୪ ତାରିଖରେ ରାଜ୍ୟସଭା ସଭାପତି ଗ୍ରହଣ କରିନେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦିତାରେ ଜିତିଥିବା ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସେ ଥିଲେ ।